www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରଥମ ଥର ନିୟମ ଭାଙ୍ଗିଲେ ଚାଳନା ଅନୁମତି ବାତିଲ

ଭୁବନେଶ୍ବର : ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆଉ ନିସ୍ତାର ମିଳିବନି। ଏପରିକି ପ୍ରଥମ ଥର ପାଇଁ ବି ଜଣେ ଚାଳକ ଯଦି ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କର ଗାଡି ଚାଳନା ଅନୁମତି(ଡ୍ରାଇଭିଂ ଲାଇସେନ୍ସ) ବାତିଲ କରାଯିବ। ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରାଯିବ। ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟର ସମସ୍ତ ପରିବହନ ଅଧିକାରୀ ଓ ସଡ଼କ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି ପରିବହନ ଆୟୁକ୍ତ। ୮ଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଙ୍ଘନରେ ବି ଲାଇସେନ୍ସ ରଦ୍ଦ ହେବ। ଶିରସ୍ତ୍ରାଣ (ହେଲମେଟ୍‌) ନ ପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ ଏବଂ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ବି ଚାଳକ ଅନୁମତି ରଦ୍ଦ କରାଯିବ।
ନୂଆ ନିୟମ ନେଇ ରାଜ୍ୟର ସବୁ ପରିବହନ ଅଧିକାରୀ, ଆରଟିଓମାନଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି। ବିଶେଷ କରି ୮ଟି ଦିଗ ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଛି। ଏହି ଆଠଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଙ୍ଘନରେ ବି ଚାଳକ ଅନୁମତିକୁ ଅତିକମରେ ତିନି ମାସ ପାଇଁ ରଦ୍ଦ କରିବାକୁ କୁହାଯାଇଛି। ଏହି ୬୮ଟି ଦିଗ ମଧ୍ୟରେ ହେଲମେଟ୍ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ, ମଦ ପିଇ ଗାଡି ଚଳାଇଲେ, ଦ୍ରୁତଗତିରେ ଗାଡି ଚଳାଇଲେ, ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ, କ୍ଷମତା ଠାରୁ ଅଧିକ ମାଲ୍ ପରିବହନ କଲେ, ଟ୍ରାଫିକରେ ନିୟମ ଭାଙ୍ଗିଲେ ଓ ଭୁଲ୍ ଦିଗରୁ ଗାଡି ଚଳାଇଲେ ଆଦି ରହିଛି।
ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ହଜାର ହଜାର ଲୋକଙ୍କ ଜୀବନ ଅକାଳରେ ଝଡ଼ି ପଡୁଛି। ଦୁର୍ଘଟଣା ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟକୁ ବାରମ୍ବାର ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ କରିଆସୁଛନ୍ତି। ରାଜ୍ୟରେ କରୋନା ସମୟରେ ବି ଦୁର୍ଘଟଣା ନ କମିବା ସରକାରଙ୍କ ଚିନ୍ତା ବଢାଇଛି। ଏବେ ପୁଣି କଟକଣା କୋହଳ ହେବାପରେ ଗତ କିଛି ମାସ ହେଲା ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିଛି। ସର୍ବୋଚ୍ଚ ଅଦାଲତ ପ୍ରତିବର୍ଷ ଦେଶରେ ୧୦ ପ୍ରତିଶତ ସଡ଼କ ଦୁର୍ଘଟଣା କମାଇବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପ୍ରବଣ କୃଷ୍ଣସ୍ଥଳ (ବ୍ଲାକସ୍ପଟ୍‌) ରହିଛି। ଏହି ସବୁ ଜାଗାକୁ ଚିହ୍ନଟ କରି ସେଠାରେ ଦୁର୍ଘଟଣା କମାଇବାକୁ ପରିବହନ ବିଭାଗ ଉଦ୍ୟମ କରୁଛି। ଦ୍ରୁତ ଗତିରେ ଓ ମଦ ପିଇ ଗାଡ଼ି ଚଳାଇବା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ପରିସଂଖ୍ୟାନରୁ ଜଣାପଡିଛି। ୨୦୨୦ରେ ରାଜ୍ୟରେ ଘଟିଥିବା ସଡ଼କ ଦୁର୍ଘଟଣା ମଧ୍ୟରେ ୭୨ ପ୍ରତିଶତ କେବଳ ଦ୍ରୁତ ଗତି ଯୋଗୁଁ ହିଁ ଘଟିଥିବାରୁ ପରିବହନ ବିଭାଗ ଏନେଇ ଅଧିକ କଠୋର ହେବାକୁ ନିଷ୍ପତ୍ତି ନେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories