www.samajalive.in
Sunday, December 14, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ମାଡ଼ ଧମକ, ଗିରଫ ପରେ ଜାମିନୀରେ ମୁକୁଳିଲେ କେନ୍ଦ୍ରମନ୍ତ୍ରୀ ରାଣେ

ମୁମ୍ବଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମଙ୍ଗଳବାର ରାଜ୍ୟ ପୁଲିସ ଗିରଫ କରିଛି। ସେ ମହାରାଷ୍ଟ୍ରର ରତ୍ନଗିରି ଅନ୍ତର୍ଗତ ସଙ୍ଗମେଶ୍ବରଠାରେ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ରେ ଯୋଗଦେଇ ଜଳଖିଆ ଖାଉଥିବାବେଳେ ପୁଲିସ ତାଙ୍କୁ ଗିରଫ କରିଛି। ସୋମବାର ରାଇଗଡ଼ ଅନ୍ତର୍ଗତ ଚିପଲୁମ୍‌ଠାରେ ସେ ସମାନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ମାଡ଼ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହା ବିରୋଧରେ ଶିବସେନା ପକ୍ଷରୁ
ରାଜ୍ୟରୁ ୩୬ଟିରୁ ଅଧିକ ଥାନାରେ ଏତଲା ଦାୟର କରାଯାଇଥିଲା।

ନାସିକ ପୁଲିସ ଆୟୁକ୍ତ ଦୀପକ ପାଣ୍ଡେ ଅଭିଯୋଗ ଉପରେ ଯାଞ୍ଚକରି ରାଣେଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦେଶ ଦେଇଥିଲେ। ଦୀର୍ଘ ଦୁଇ ଦଶନ୍ଧି ବ୍ୟବଧାନରେ ଜଣେ କେନ୍ଦ୍ରମନ୍ତ୍ରୀ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ବିଳମ୍ବିତ ରାତିରେ ତାଙ୍କୁ ଜାମିନ ମିଳିଛି ଓ ସେ ମୁକ୍ତ ହୋଇଛନ୍ତି।

- Advertisement -

ସୋମବାର ସେ ଉଦ୍ଧବଙ୍କୁ ସମାଲୋଚନା କରି କହିଥିଲେ ଯେ ‘ଦେଶର ସ୍ବାଧୀନତା କେତେ ବର୍ଷ ହେଲା ତାହାର ହିସାବ ଜଣେ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି। ଏହା ଅତ୍ୟନ୍ତ ଲଜ୍ଜାର ବିଷୟ। ଉଦ୍ଧବ ସ୍ବାଧୀନତାର ବର୍ଷ ପୂର୍ତ୍ତି ହିସାବ କଲାବେଳେ ମୁଁ ସେଠାରେ ଉପସ୍ଥିତ ଥିଲେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥାଆନ୍ତି।’ ରାଣେଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ରାଣେ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଗିରଫ ପାଇଁ ଅଭିଯାନ ଆରମ୍ଭ କରିଥିଲା ମହାରାଷ୍ଟ୍ର ପୁଲିସ। ଏ ସଂକ୍ରାନ୍ତରେ ଆଇନଗତ ତର୍ଜମା ପରେ ‘ଅପରାଧିକ’ ମାମଲାରେ ରାଣେଙ୍କୁ ପ୍ରଥମେ ଥାନାକୁ ଅଣାଯାଇ ପଚରା ଉଚରା କରି ପରେ ଗିରଫ ଦର୍ଶାଯାଇଥିଲା। ଗିରଫଦାରୀ ଏଡାଇବାକୁ ସେ ତଳ ଅଦାଲତରେ ଆଗୁଆ ଜାମିନ ଲୋଡିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା। ବମ୍ବେ ଉଚ୍ଚନ୍ୟାୟାଳୟରେ ସେ ଜାମିନ ଆବେଦନ କରିଥିଲେ ମଧ୍ୟ ଅଦାଲତ ଏହାର ଜରୁରୀ ଶୁଣାଣି କରି ନଥିଲେ। ତେଣୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନିଆଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories