www.samajalive.in
Monday, December 15, 2025
24.1 C
Bhubaneswar

ସ୍ତ୍ରୀର ଜୁଇରେ ସ୍ବାମୀର ଆତ୍ମାହୁତି

ଗୋଲାମୁଣ୍ଡା: କଳାହାଣ୍ଡି ଜିଲା କେଗାଁ ଥାନା ସିଆଲଯୋଡ଼ି ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଓ ଅବିଶ୍ବାସନୀୟ ଘଟଣା। ସ୍ତ୍ରୀର ଜୁଇରେ ସ୍ବାମୀ ଝାସ ଦେଇ ଆତ୍ମାହୁତି ଦେବା ଘଟଣା ଗଁାରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଚହକା ଗ୍ରାମ ପଞ୍ଚାୟତର ସିଆଲଯୋଡ଼ିସ୍ଥିତ ୫ ନମ୍ବର ୱାର୍ଡସଭ୍ୟା ରଇବାରୁ ଶବର(୬୦) ଅସୁସ୍ଥ ହୋଇ ଗତକାଲି ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା।

 

- Advertisement -

ଫଳରେ ଆଜି ନିଜ ଘରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁରେ ଥିବା ତାଙ୍କ ଜମିରେ ମୃତଦେହ ଦାହ କରାଯାଉଥିବା ବେଳେ ତାଙ୍କର ସ୍ବାମୀ ନୀଳମଣି ଶବର(୬୫) ସେଇ ଜୁଇରେ ଆତ୍ମାହୁତି ଦେଇ ମୃତ୍ୟୁବରଣ କରିଛନ୍ତି। ଜୁଇରେ ନିଅଁା ଲଗେଇ ନିଆଁ ଶେଷ ହେବା ସମୟରେ ଲୋକେ ଘରକୁ ଫେରି ଆସିଥିଲେ। ସେହି ସମୟରେ ହିଁ ସେ ସ୍ତ୍ରୀର ଜୁଇକୁ ଡେଇଁ ଆତ୍ମହୁତି କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories