www.samajalive.in
Saturday, December 6, 2025
14.1 C
Bhubaneswar

କଟକରେ ପୁଣି ଲୁଗା ସୋ ରୁମ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ସହରର ଏକ ଲୁଗା ଦୋକାନରେ ପୁଣିି ସୋମବାର ଅଗ୍ନିକାଣ୍ଡ ଘଟିଛି । ଜନଗହଳିପୂର୍ଣ୍ଣ ଗୌରୀଶଙ୍କର ପାର୍କ ସମ୍ମୁଖରେ ଥିବା କୁଇନ୍ସ କଲେକସନ ଲୁଗା ଦୋକାନରେ ନିଆଁ ଲାଗିଛି ପରେ ଏହା ଅନ୍ୟ ୨ଟି ଦୋକାନକୁ ବ୍ୟାପିଥିଲା । ଲୁଗା ଦୋକାନରେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ବାଦାମବାଡି ଅଞ୍ଚଳରେ ଥିବା ଏକ ସପିଂ ମଲ୍‌ରେ ନିଆଁ ଲାଗିଥିଲା । ଦୀର୍ଘସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇପାରିଥିଲା । ଏହା ପରେ ବ୍ରହ୍ମପୁରରେ ମଧ୍ୟ ଏକ ବଡ଼ ଲୁଗା ଦୋକନରେ ଅଗ୍ନିକାଣ୍ଡ ଘଟିଥିଲା ।

ଅନ୍ୟ ପକ୍ଷରେ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଛି । ବିଭାଗ ପକ୍ଷରୁ ଏହିସବୁ ପ୍ରତିଷ୍ଠାନ ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି । ଏହି ଚଢ଼ଉ ସମୟରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଘଟିଲେ ନିରାପତ୍ତା ବ୍ୟବସ୍ଥା ,ଏକକାଳୀନ ବହୁଲୋକ ବାହାରି ଯିବାର ବ୍ୟବସ୍ଥା ଅଛି କି ନାହିଁ ତାହା ତଦାରଖ କରାଯାଉଛି । ଅପରାହ୍ନ ସୁଦ୍ଧ ପ୍ରାୟ ୧୩ଟି ସୋ’ରୁମ ଓ ହୋଟେଲ ଚଢ଼ଉ କରାଯାଇଥିବା ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories