www.samajalive.in
Friday, December 5, 2025
23.1 C
Bhubaneswar
ନୂଆଦିଲ୍ଲୀ : ଭାରତରେ ପଳାତକ ଘୋଷିତ ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ତାଙ୍କ କିଙ୍ଗଫିଶ୍‌ର ବିମାନ କମ୍ପାନୀ ବ୍ରିଟେନରେ ଏକ ମୋକଦ୍ଦମା ହାରିଯାଇଛି । ଏଥିପାଇଁ ତାଙ୍କୁ ଏକ କମ୍ପାନୀକୁ ୯୦ ନିୟୁତ ଡଲାର ଅର୍ଥାତ ପାଖାପାଖି ୫୭୯ କୋଟି ଟଙ୍କା ପରିଶୋଧ କରିବାକୁ ପଡ଼ିବ। ସୂଚନା ଅନୁସାରେ ୬୨ ବର୍ଷିୟ ମାଲ୍ୟାଙ୍କ କମ୍ପାନୀ କିଙ୍ଗଫିଶର ବିରୋଧରେ ସିଙ୍ଗାପୁରର ବିଓସି ଆଭିଏସ୍‌ନ ନାମକ ଏକ କମ୍ପାନୀ ୨୦୧୪ରେ ମାମଲା ଦାୟର କରିଥିଲା । ସେତେବେଳେ କିଙ୍ଗଫିଶର ବିଓସିର କିଛି ବିମାନକୁ ଲିଜ୍‌ରେ ନେଇଥିଲା । ତେବେ ଏହି ମାମଲା ଲିଜଂ ରାଜିନାମକୁ ନେଇ ହୋଇଥିଲା । ଉଭୟ କମ୍ପାନୀଙ୍କ ମଧ୍ୟରେ ୪ଟି ବିମାନ ନେଇ ଡିଲ୍‌ ହାଇଥିଲା । ସେଥିରୁ ୩ଟି ବିମାନ କିଙ୍ଗଫିଶରୁ ମିଳିଥିଲା । ଏହି ମାମଲାର ବିଚାର କରି ବି୍ରଟେନର ଏକ କୋର୍ଟ କିଙ୍ଗଫିଶରକୁ ବାକି ଅର୍ଥ ଦେବାକୁ ନିର୍ଦେଶ ଦେଇଛନ୍ତି । ପ୍ରକାଶ ଯେ ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ହଜାର କୋଟି ଟଙ୍କା ଋଣ ନେଇ ମାଲ୍ୟ ବିଦେଶ ପଳାଇଯାଇଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories