www.samajalive.in
Friday, December 5, 2025
23.1 C
Bhubaneswar

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପାର୍ବତୀଙ୍କ ଘୋଷଙ୍କ କୃତ୍ୟ

ଭୁବନେଶ୍ୱର : ବିଶିଷ୍ଟ ଅଭିନେତ୍ରୀ, ନିର୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷଙ୍କର ଶେଷ କୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ପାର୍ବତୀ ଘୋଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେମବାର ମୁଖ୍ୟମନ୍ତ୍ରୀ ପାର୍ବତୀ ଘୋଷଙ୍କ ଶେଷ ଦର୍ଶନ କରି ପାର୍ଥୀବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପାର୍ବତୀ ଘୋଷଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବିଶିଷ୍ଟ ଅଭିନେତ୍ରୀ, ନିର୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷଙ୍କର ରବିବାର ରାତିରେ ପରଲୋକ ଘଟିଛି। ଅସୁସ୍ଥ ଅବସ୍ଥାରେ ପରିବାର ଲୋକେ ତାଙ୍କୁ କିମ୍‌ସକୁ ଆଣିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ଜଣାପଡିଛି । ଜଣେ ବହୁମୁଖୀ ପ୍ରତିଭା ଭାବେ ପରିଚିତ ପାର୍ବତୀ ଘୋଷ। ୧୯୩୩ ମସିହାରେ ଜନ୍ମିତ ପାର୍ବତୀ ୧୯୫୦ରେ ନିର୍ମିତ ‘ଶ୍ରୀଜଗନ୍ନାଥ‘ ଚିତ୍ରରେ ଶିଶୁ କଳାକାରଭାବେ ଅଭିନୟ କରିଥିଲେ। ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ପରେ ତାଙ୍କୁ ‘ଆମରି ଗାଁ ଝିଅ’ ଚିତ୍ରରେ ଅଭିନେତା ଗୌର ଘୋଷଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।

- Advertisement -

ଏହି ଯୋଡ଼ି ବେଶ୍‌ ସଫଳତା ପାଇବା ସହ ଗୌରଙ୍କୁ ଜୀବନସାଥୀଭାବେ ଗ୍ରହଣ କରିଥିଲେ ପାର୍ବତୀ। ପାର୍ବତୀଙ୍କ ଅଭିନୀତ ଭାଇ ଭାଇ, ମା, ଲକ୍ଷ୍ମୀ, କା, ସ୍ତ୍ରୀ, ସଂସାର ପ୍ରଭୃତି ଚିତ୍ର ବେଶ୍‌ ସଫଳତା ପାଇଥିଲା। ଲକ୍ଷ୍ମୀ, କା ଓ ସ୍ତ୍ରୀ ଜାତୀୟ ପୁରସ୍କାର ପାଇଥିଲା। ଜଣେ ସୃଜନଶୀଳ ଚିତ୍ର ନିର୍ମାତ୍ରୀଭାବେ ସେ ପରିଚୟ ସୃଷ୍ଟି କରିଥିଲେ। ୧୯୯୭୩ରେ ସେ ‘ସଂସାର’ ଚିତ୍ରରେ ନିର୍ଦେଶନା ଦେଇଥିଲେ। ୧୯୮୬ରେ ‘ଛ ମାଣ ଆଠ ଗୁଣ୍ଠ’ ଚିତ୍ର ନିର୍ମାଣ କରି ସେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଚଳଚ୍ଚିତ୍ର ବ୍ୟତୀତ ସେ ମଧ୍ୟ ଟେଲିଫିଲ୍ମ ପ୍ରଶ୍ନ, ସୋପାନ ପ୍ରଭୃତିରେ ଅଭିନୟ କରିଥିଲେ। ୧୯୯୮ରେ ତାଙ୍କର ଶେଷ ଚିତ୍ର ଥିଲା ‘ସାଲବେଗ’। ତାଙ୍କ ବିୟୋଗରେ ଓଡ଼ିଆ ଚିତ୍ର ଜଗତରେ ସୃଷ୍ଟି ହୋଇଛି ଅପୂରଣୀୟ କ୍ଷତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories