www.samajalive.in
Friday, December 5, 2025
23.1 C
Bhubaneswar

ସୋପିଆନ ଗୁଳିକାଣ୍ଡ ମାମଲାରେ ମେଜର ଆଦିତ୍ୟଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ସୋପିଆନ ଗୁଳିକାଣ୍ଡ ମାମଲାରେ ସୋମବାର ୧୦ଗଡୱାଲ ରାଇଫଲ୍ସର ମେଜର ଆଦିତ୍ୟ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି । ଏହାସହ ଜାମ୍ମୁ କାଶ୍ମୀର ସରକାରଙ୍କୁ ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସ୍‌ ଜାରି କରିଛନ୍ତି । ଜାମ୍ମୁ କାଶ୍ମୀରର ମୋଦିଙ୍କ ବିଜେପି ଓ ମେହବୁବା ମୁଫତିଙ୍କ ପିଡିପିର ମେଣ୍ଟ ସରକାର କି ଜବାବ ଦେଉଛି, ତାହା ଦେଖିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ପ୍ରକାଶ ଯେ ଜାନୁଆରୀ ଶେଷ ସପ୍ତାହରେ ଜାମ୍ମୁ କାଶ୍ମୀରର ସୋପିଆନ ଜିଲାରେ ଟେକାପଥର ମାଡ କରୁଥିବା ଲୋକଙ୍କୁ ଘଉଡାଇବା ପାଇଁ ସେନା ଯବାନଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏଥିରେ ତିନିଜଣ ପ୍ରାଣ ହରାଇଥିବାବେଳେ ସାତଜଣ ଯବାନ ଆହତ ହୋଇଥିଲେ। ଏହି ଘଟଣାରେ ରାଜ୍ୟ ପୁଲିସ ପକ୍ଷରୁ ସଂପୃକ୍ତ ସେନା ଅଧିକାରୀ ଓ ଯବାନଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା। ଏଥିରେ ଗଡୱାଲ ରାଇଫଲ୍ସର ମେଜର ଆଦିତ୍ୟ କୁମାର ଓ ଦଶ ଜଣ ଯବାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା। ଏହାର ପ୍ରତିବାଦରେ ମେଜର ଆଦିତ୍ୟ କୁମାରଙ୍କ ପିତା ଲେଫ୍ଟନାଣ୍ଟ କର୍ଣ୍ଣେଲ କରମବୀର ସିଂହ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଏହାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଛନ୍ତି । ଫଳରେ ମେଜର ଆଦିତ୍ୟଙ୍କୁ ଆଶ୍ୱସ୍ତି ମିଳିଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories