www.samajalive.in
Friday, December 5, 2025
23.1 C
Bhubaneswar

ଭାରତକୁ ପାକିସ୍ତାନର ଚେତବାନୀ; ସର୍ଜିକାଲ ଷ୍ଟ୍ରାଇକ୍‌ କଥା ଭାବନି

ଇସଲାମାବାଦ : ଜାମ୍ମୁ ସହରସ୍ଥିତ ସୁଞ୍ଜ୍‌ୱାନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏବେ ସର୍ଜିକାଲ ଷ୍ଟ୍ରାଇକ ଭୟ ବିବ୍ରତ କରିବାରେ ଲାଗିଛି । ସେନା ଶିବିର ଉପରେ ଘଟିଥିବା ଆକ୍ରମଣ ପାଇଁ ଭାରତ ପାକିସ୍ତାନ ସ୍ଥିିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦକୁ ଦାୟୀ କରିଛି । ଉରି ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଯେପରି ନିୟନ୍ତ୍ରଣ ରେଖା ପାର କରି ସର୍ଜିକାଲ ଷ୍ଟ୍ରାଇକକୁ ରୂପରେଖ ଦେଇଥିଲା ସେହିଭଳି ଏଥର ବି କରିବ ବୋଲି ପାକିସ୍ତାନ ଆଶଙ୍କା କରୁଛି । ତେଣୁ ଭାରତ କୌଣସି ପଦକ୍ଷେପ ନେବା ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ କଥା ନଭାବିବାକୁ ପାକିସ୍ତାନ ଚେତବାନୀ ଦେଇଛି। ଏହାସହ ଭାରତର ସମସ୍ତ ଅଭିଯୋଗକୁ ପାକିସ୍ତାନ ଖଣ୍ଡନ କରିଛି। ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ସବୁଥର କୌଣସି ଯାଞ୍ଚ ନକରି ଦାୟିତ୍ୱହୀନ ମନ୍ତବ୍ୟ ଦେଉଛି ଓ ଭିତ୍ତିହନୀ ଅଭିଯୋଗ ଲଗାଉଛି । କାଶ୍ମୀରରେ ଚାଲିଥିବା ସଶସ୍ତ୍ର ଆନ୍ଦୋଳନର ନିୟନ୍ତ୍ରଣ ପାଇଁ କ୍ରୁରପନ୍ଥା ଆପଣା ଯାଉଥିବାବେଳେ ଏହା ଉପରେ ଧ୍ୟାନ ହଟାଇବାକୁ ଭାରତ ଏପରି ଅଭିଯୋଗ ଲଗାଉଛି । ପ୍ରକାଶ ଯେ ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବାବେଳେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାବ୍ୟତୀତ ଜଣେ ବେସାମରିକ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କଠାରୁ ଏକେ-୫୬ ରାଇଫଲ, ହାତବୋମା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦକୁ ଦାୟୀ କରାଯାଇଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories