www.samajalive.in
Friday, December 5, 2025
23.1 C
Bhubaneswar

ପାକିସ୍ତାନ ଉପରେ ମେହବୁବା ନରମ, ଫାରୁକ ଗରମ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଗତ ଦୁଇ ଦିନ ମଧ୍ୟରେ ତିନିଟି ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ହୋଇଛି । ଜାମ୍ମୁ ସହରସ୍ଥିତ ସୁଞ୍ଜ୍‌ୱାନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସୋମବାର ସକାଳେ ଶ୍ରୀନଗରର ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ହୋଇଛି । ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଲସ୍କର-ଇ-ତୋଇବା ନିଜୟକୁ ଦାୟୀ କରିଛି । ଆତଙ୍କବାଦୀ ଆକ୍ରମଣ ଉପରେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନରମ ପ୍ରତିକ୍ରିୟା ଦେଇ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେପଟେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ପାକିସ୍ତାନ ବିରୋଧରେ ଚରମ ପଦକ୍ଷେପ ନେବାକୁ କହିଛନ୍ତି । ମୁଫତି ଟ୍ୱିଟ୍‌ କରିଛନ୍ତି ଯେ ରକ୍ତପାତ ବନ୍ଦ କରିବାକୁ ହେଲେ ପାକିସ୍ତାନ ସହ ଆଲୋଚନା କରିବା ଆବଶ୍ୟକ । ଏହାସହ ସେ ଲେଖିଛନ୍ତି ଯେ ଏହି ଟ୍ୱିଟ୍‌ ପାଇଁ ସନ୍ଧ୍ୟା ସୁଦ୍ଧା ମୋତେ ରାଷ୍ଟ୍ରଦ୍ରୋହୀ ଘୋଷିତ କରି ଦିଆଯିବ । ହେଲେ ଏହା ମୋ ପାଇଁ କୌଣସି ମୂଲ୍ୟ ରଖେନାହିଁ । ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଜାମ୍ମୁ କାଶ୍ମୀର ଲୋକେ ଅସୁବିଧା ଭୋଗୁଛନ୍ତି । ଆମକୁ କଥା ହେବାକୁ ପଡିବ, କାରଣ ଯୁଦ୍ଧ କୌଣସି ପ୍ରକାରର ବିକଳ୍ପ ନୁହେଁ । ଅପରପକ୍ଷରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଳ୍ଲା କହିଛନ୍ତି ଯେ ଆତଙ୍କବାଦୀ ଯେତେ ବଢିବ, ସେତେ ଅସୁବିଧା ବଢିବ । ଏହା ଯୋଗୁଁ ପାକିସ୍ତାନ ପାଇଁ ଅଧିକ ବିପଦ ବଢିବ । ପରିସ୍ଥିତି ଯଦି ଏପରି ରହେ ତେବେ ଭାରତ ସରକାରଙ୍କୁ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ଭାବିବାକୁ ପଡ଼ିବ । ପ୍ରକାଶ ଯେ ଶନିବାର ସକାଳେ ଜାମ୍ମୁସ୍ଥିତ ସୁଞ୍ଜ୍‌ୱାନ ସେନା ଶିବିର ଉପରେ ଆକ୍ରମଣ ପରେ ରବିବାର ସୋପିଆନ ସେନା ଶିବିର ଉପରେ ଗୁଳି ମାଡ଼ କରାଯାଇଥିଲା । ସୋମବାର ଶ୍ରୀନଗର ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ପ୍ରକାଶ ଯେ ସୁଞ୍ଜ୍‌ୱାନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବାବେଳେ ସୋମବାର ଶ୍ରୀନଗରରେ ଜଣେ ଯବାନ ସହିଦ ହୋଇଛନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories