www.samajalive.in
Friday, December 5, 2025
23.1 C
Bhubaneswar

ରୁବେଲା ଟିକା ନେଇ ଶିଶୁ ମୃତ୍ୟୁ ଘଟଣା :ପରିବାରକୁ ଭେଟିଲା ଜିଲା ଚିକିତ୍ସାଳୟର ପ୍ରତିନିଧି ଦଳ

କଲମପୁର :ମିଳିମିଳା ରୁବେଲା ଓ ମିଳିମିଳା ପ୍ରତିଷେଧକ ଟିକା ନେଇ ଅସୁସ୍ଥ ହେବା ପରେ ବିଶାଖାପାଟଣା ଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର କଲମପୁରର ରାଜିବ ଲୋଚନ ପଣ୍ଡାଙ୍କ ଏକମାତ୍ର ସନ୍ତାନ ମନିଷର ବିୟୋଗ ହେଇଥିଲା। ରୁବେଲା ଓ ମିଳିମିଳା ରୋଗ ସମ୍ବନ୍ଧରେ କୌଣସି ପୂର୍ବ ସଚେତନତା କରାଯାଇନଥିବାରୁ ଶିଶୁଟି ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ‘ସମାଜ’ ଖବର କାଗଜରେ ଖବର ପ୍ରକାଶ ପରେ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡଃ ଜି.ସି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଚିକିତ୍ସକ ଦଳ ମୃତ ଶିଶୁର ପରିବାରକୁ ସାକ୍ଷାତ କରିଥିଲେ। ପ୍ରତିଷେଧକ ଟିକା ନେବା ପୂର୍ବରୁ ଶିଶୁର ଅବସ୍ଥା ସ୍ୱାଭାବିକ ଥିଲା, କିନ୍ତୁ ଟିକା ଦେବା ପରେ ତାର ଅବସ୍ଥା ଗୁରୁତର ହେଇଥିଲା। ତୁରନ୍ତ ତାକୁ ବିଶାଖାପାଟଣା ଏକ ଚିକିତ୍ସାଳୟକୁ ନିଆଯାଇଥିଲା ଯେଉଁଠାରେ ଶିଶୁର ପୂର୍ବରୁ ଚିକିତ୍ସା ଜାରି ରହିଥିଲା। ସେଠାରେ ଶିଶୁର ଚିକିତ୍ସା କରୁଥିବା ଡାକ୍ତର ଶିଶୁଟିକୁ ଏହି ଟିକା ଦେବା ଦ୍ୱାରା ଏଭଳିସ୍ଥିତି ହେଇଥିବା ସୂଚନା ଦେଇଥିଲେ। ପରବର୍ତି ସମୟରେ ଶିଶୁଟି ଦେହାନ୍ତ ହେଇଥିବା ଉପସ୍ଥିତ ଅଧିକାରୀଙ୍କୁ ପରିବାର ଲୋକ ସୂଚନା ଦେଇଥିଲେ। ଏହି ଟିକା ଦେବା ପୂର୍ବରୁ ଆବଶ୍ୟକିୟ ପଦକ୍ଷେପ ସ୍ୱରୁପ ଲୋକଙ୍କୁ ସଠିକ ସଚେତନ କରାଇବା ପରେ ଶିଶୁ ମାନଙ୍କୁ ଏହିଟିକା ପ୍ରଦାନର ବ୍ୟବସ୍ଥା କରାଯାଇଥିଲେ ହୁଏତ ମୋ ସନ୍ତାନ ମୃତ୍ୟୁ ମୁଖରେ ପଡିନଥାନ୍ତା। ଆଜି ମୁଁ ସନ୍ତାନହୀନ ଅନୁରୋଧ କରୁଛି ଏବେ ଯାହାକୁ ଟୀକା ଦିଆଯିବ ତାର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ଓ ଟିକା ଦିଆଯାଉ ବୋଲି ରାଜିବ ଏବଂ ତାଙ୍କ ବଡ ଭାଇ ମଧୁସୂଦନ ଉପସ୍ଥିତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଚିକିତ୍ସକଙ୍କ ଗସ୍ତ ସମୟରେ ଶିଶୁ ପଢୁଥିବା ଦ୍ରୋଣଚାର୍ଯ୍ୟ ସ୍କୁଲ ଅଫ ଇଂଲିସ ମେଡିୟମର ଅଧ୍ୟକ୍ଷ ସୁଧିର ରଞ୍ଜନ ସାହୁ, ଭାରପ୍ରାପ୍ତ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡଃ ଶିବା ଶିଷ ସ୍ୱାଇଁ, ବି.ପି.ଏମ ଦୀପକ କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ପଟ୍ଟନାୟକ ଏନେଇ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବା ସହ ତୁରନ୍ତ ପ୍ରତିଷେଧକ ଟିକାର ରାଜ୍ୟସ୍ତରୀୟ ବିଶେଷଜ୍ଞଙ୍କ ଦ୍ୱାରା ଯାଂଚ କରାଯିବା ନେଇ ପ୍ରତିଶୃତି ଦେଇଥିଲେ। ଅନ୍ୟପଟେ ଏହି ଖବର ପ୍ରକାଶନ ପରେ ସୋନପୁରର ସାମାଜିକ କର୍ମୀ ଶ୍ରୀକୁମାର ମହନ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ମୃତ ଶିଶୁର ପରିବାର ସନ୍ତାନ ହୀନ ହେଇଥିବା ବେଳେ ସେ ପରିବାରରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ସଚୀବଙ୍କୁ ନିର୍ଦ୍ଦେଶ ଦେବା ନେଇ ଶ୍ରୀ ମହନ୍ତ ପ୍ରାଧନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories