www.samajalive.in
Friday, December 5, 2025
23.1 C
Bhubaneswar

ଆଇନ ଛାତ୍ର ହତ୍ୟାକାଣ୍ଡକୁ ନେଇ ଆହ୍ଲାବାଦ ଅଶାନ୍ତ, ପୋଡ଼ାଜଳା

ଆହ୍ଲାବାଦ : ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଜଣେ ଆଇନ ଛାତ୍ରଙ୍କୁ ପିଟିପିଟି ହତ୍ୟା କରଯିବା ଘଟଣାକୁ ନେଇ ସମ୍ପୂର୍ଣ୍ଣ ସହର ଅଶାନ୍ତ ହୋଇପଡ଼ିଛି । ଏହି ହତ୍ୟାକାଣ୍ଡକୁ ନେଇ ସହରର ବିଭିନ୍ନ ସ୍ଥାନରେ ଆହ୍ଲାବାଦ ଆଇନ କଲେଜ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। କେତେକ ସ୍ଥାନରେ ଏହି ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି । ସୋମବାର ବିରୋଧ ପ୍ରଦର୍ଶନକାରୀ ଛାତ୍ରମାନେ ଏକ ବସ୍‌ରେ ନିଅାଁ ଲଗାଇ ଦେଇଥିଲେ । ଫଳରେ ପୁଲିସ୍‌କୁ ଲାଠି ଚାଳନା ପୂର୍ବକ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପଡିଥିଲା । ପୁଲିସ୍‌ ଇତି ମଧ୍ୟରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଜୟ ଶଙ୍କର ସିଂହଙ୍କ ଡ୍ରାଇଭରକୁ ଗିରଫ କରିଛି । ଏହା ପୂର୍ବରୁ ଆଇନ ଛାତ୍ର ଦିଲୀପ ସରୋଜଙ୍କ ମୁଣ୍ଡକୁ ପ୍ରଥମେ ହକି ଷ୍ଟିକ୍‌ରେ ଆକ୍ରମଣ କରିଥିବା ରେସ୍ତୋରାଁର ୱେଟର ମୁନା ଚୌହାନଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ବିଜୟ ଶଙ୍କରକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ଓ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଅହ୍ଲାବାଦ ସହାୟକ ଏସ୍‌ପି ସୁକୀର୍ତ୍ତି ମାଧବ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ୨୬ ବର୍ଷୀୟ ଆଇନ ଛାତ୍ର ଦିଲୀପ ସରୋଜ ଶନିବାର ଦୁଇଜଣ ବନ୍ଧୁଙ୍କ ସହ ରାତ୍ରିଭୋଜନ କରିବାକୁ ଗୋଟିଏ ରେସ୍ତୋରାଁକୁ ଯାଇଥିଲେ। ଭୋଜନ ଶେଷ କରି ତିନି ବନ୍ଧୁ ବାହାରକୁ ଆସି ରେସ୍ତୋରାଁ ପାହାଚରେ ବସି ଗପ କରୁଥିଲେ। ଏହି ସମୟରେ ରେସ୍ତୋରାଁକୁ ଆସୁଥିବା ତିନିଜଣ ବ୍ୟକ୍ତି ସେମାନଙ୍କୁ ଗୋଇଠା ମାରି ଭିତରକୁ ପ୍ରବେଶ କରିଥିଲେ। ତିନି ବନ୍ଧୁ ସେମାନଙ୍କୁ ଅନୁସରଣ କରିବା ସହ ଗୋଇଠା ମାଡକୁ ନେଇ ଯୁକ୍ତିତର୍କ କରିଥିଲେ। ଉଭୟପକ୍ଷ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା। ଦୁଇ ବନ୍ଧୁ ଘଟଣାସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଥିବାବେଳେ ଦିଲୀପଙ୍କୁ ଅଭିଯୁକ୍ତମାନେ ରେସ୍ତୋରାଁ ବାହାରେ ଘେରିଯାଇ ଲୁହାଛଡ, ପଥରରେ ଆକ୍ରମଣ କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଦିଲୀପ ରେସ୍ତୋରାଁ ପାହାଚ ଉପରେ ଚେତା ହରାଇଥିଲେ। ଏହା ଦେଖି ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଦିଲୀପଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେସ୍ତୋରାଁରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ଏହି ହତ୍ୟାକାଣ୍ଡକୁ ନେଇ ବିଏସ୍‌ପି ନେତ୍ରୀ ମାୟାବତୀ ଦୁଃଖ ଏବଂ ଚିନ୍ତା ବ୍ୟକ୍ତ କରିଥିବାବେଳେ ସିପିଆଇ(ଏମ୍‌) ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories