www.samajalive.in
Tuesday, December 9, 2025
23.1 C
Bhubaneswar

କାବୁଲରୁ ୟୁକ୍ରେନ ବିମାନ ଅପହରଣ

କାବୁଲ: ତାଲିବାନ ଆତଙ୍କିଙ୍କ ଭୟରେ ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ନେବାକୁ ଆସିଥିବା ୟୁକ୍ରେନର ଏକ ବିମାନକୁ ଅପହରଣ କରିନିଆଯାଇଛି। ସଶସ୍ତ୍ର ବ୍ୟକ୍ତିମାନେ ବିମାନକୁ ରବିବାର ଠାରୁ ଅପହରଣ କରିନେଇଛନ୍ତି। ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେଭଜେନି ୟେନିନ ଏହା ପ୍ରକାଶ କରିବା ପରେ ଏବେ ଏହି ଅପହରଣ ଘଟଣା ସର୍ବସମ୍ମୁଖକୁ ଆସିଛି। ୟେନିନ କହିଛନ୍ତି, ରବିବାର ଦିନ କିଛି ଲୋକ ୟୁକ୍ରେନର ବିମାନକୁ ଅପହରଣ କରିନେଇଥିଲେ। ମଙ୍ଗଳବାର ଦିନ ତାହାକୁ ବସ୍ତୁତଃ ୟୁକ୍ରେନଠାରୁ ଚୋରାଇ ନିଆଯାଇଛି। ବିମାନରେ ୟୁକ୍ରେନ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବା କାର୍ଯ୍ୟକ୍ରମ ରହିଥିବାବେଳେ କିଛି ସଶସ୍ତ୍ର ବ୍ୟକ୍ତି ସେଥିରେ ଅନ୍ୟ କେତେକ ଲୋକଙ୍କୁ ସାଙ୍ଗରେ ନେଇ ବିମାନକୁ ଇରାନ ନେଇଯାଇଛନ୍ତି। ପୂର୍ବରୁ ୟୁକ୍ରେନ ତାହାର ନାଗରିକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରିବାକୁ ତିନିଥର ପ୍ରୟାସ କରି ମଧ୍ୟ ବିଫଳ ହୋଇଛି। କାରଣ ୟୁକ୍ରେନ ନାଗରିକମାନେ କାବୁଲ ବିମାନ ବନ୍ଦର ଭିତରକୁ ପ୍ରବେଶ କରିପାରୁନାହାନ୍ତି।
ୟେନିନ କହିଛନ୍ତି, ଅପହରଣକାରୀମାନେ ବିଭିନ୍ନ ଅସ୍ତଶସ୍ତ୍ରରେ ସଜ୍ଜିତ ଥିଲେ। ତେବେ ଉକ୍ତ ବିମାନଟି ଏବେ କେଉଁଠି ଅଛି ଏବଂ ତାକୁ ଫେରାଇ ଆଣିବାକୁ କିଏଭ ଦାବି କରିବ କି ନାହିଁ ସେ ସମ୍ପର୍କରେ ୟେନିନ କିଛି ସ୍ପଷ୍ଟ କରିନଥିଲେ। ତେବେ ଜଣାଯାଇଛି ଯେ ରବିବାର ଦିନ କାବୁଲରୁ ୟୁକ୍ରେନର ଏକ ସାମରିକ ପରିବହନ ବିମାନରେ ୮୩ ଜଣ ଲୋକ କିଏଭରେ ଆସି ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୩୧ ଜଣ ୟୁକ୍ରେନ ନାଗରିକ ରହିଛନ୍ତି। ସେମାନଙ୍କ ସହିତ ଆସିଥିବା ବିଦେଶୀ ସାମ୍ବାଦିକ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ଆଫଗାନିସ୍ତାନରେ ୧୦୦ରୁ ଅଧିକ ୟୁକ୍ରେନ ନାଗରିକ ରହିଯାଇଥିବା କିଏଭ କହିଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories