www.samajalive.in
Monday, December 8, 2025
24.1 C
Bhubaneswar

କ୍ଷତ ଭରିବାରେ ସହାୟକ ହୋଇଥାଏ ମାଟି

ଦେଶ ବିଦେଶରେ ବିଭିନ୍ନ ପ୍ରକାର ଉପଚାର ପାଇଁ ପ୍ରାକୃତିକ ଚିକିତ୍ସା ପଦ୍ଧତି ପ୍ରୟୋଗ କରାଯାଏ। କିଛି ସଂସ୍କୃତିର ଲୋକେ ଉପଚାର ପାଇଁ ଚର୍ମ ଉପରେ କାଦୁଅ ବା ଓଦା ମାଟିର ଲେପ ଲଗାଇଥାଆନ୍ତି। ଏବେ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଏହି ପ୍ରକ୍ରିୟା କ୍ଷତ ସ୍ଥାନରେ ରୋଗ ସୃଷ୍ଟିକାରୀ କୀଟାଣୁ ସହ ଲଢିବାରେ ସହାୟକ ହୋଇଥାଏ।
ଆମେରିକାର ଏରିଜୋନା ଷ୍ଟେଟ୍‍ ୟୁନିଭର୍‍ସିଟିର ଗବେଷକମାନଙ୍କ କହିବା ଅନୁସାରେ ମାଟିରେ ସିଆର୍‍ଇ ଓ ଏମ୍‍ଆର୍‍ଏସ୍‍ଏ ଭଳି ପ୍ରତିରୋଧୀ ବ୍ୟାକ୍ଟ୍ରିଆ ସହ ଏସ୍‍ଚେରିଚିଆ କୋଲାଇ ଓ ସ୍ଟାଫିଲୋକୋକସ ଅରିୟସ ବ୍ୟାକ୍ଟ୍ରିଆ ସହ ଲଢୁଥିବା ପ୍ରତିଜୈବିକ ପ୍ରତିରୋଧୀ (ଏଣ୍ଟିବ୍ୟାକ୍ଟ୍ରିଆଲ) ପ୍ରଭାବ ରହିଥାଏ। ବହୁ ବ୍ୟାକ୍ଟ୍ରିଆରେ ପ୍ଲାଙ୍କ୍‍ଟୋନିକ୍‍(ପ୍ଳାବକ) ଓ ବାୟୋଫିଲ୍ମ ଦୁଇ ସ୍ଥିତିରେ ମାଟିର ଲେପ ପ୍ରଭାବଶାଳୀ ହୋଇଥାଏ। ପ୍ଲାଙ୍କ୍‍ଟନ୍‍ ଏକ ପ୍ରକାର ପ୍ରାଣୀ ବା ବନସ୍ପତି, ଯାହା ସାଧାରଣତଃ ଜଳରେ ଦେଖାଯାଇଥାଏ। ସେହିପରି ବାୟୋଫିଲ୍ମ ବ୍ୟାକ୍ଟ୍ରିଆରେ ଦେଖାଦେଉଥିବା ଏକ ପ୍ରକାର ଜୀବନ ଶୈଳୀ। ଅଧିକାଂଶ ବ୍ୟାକ୍ଟ୍ରିଆ ବାୟୋଫିଲ୍ମ ନାମକ ବହୁକୋଷିକୀୟ ସମୁଦାୟ ତିଆରି କରିଥାଆନ୍ତି ଯାହା କୋଷ ଗୁଡ଼ିକୁ ପର୍ଯ୍ୟାବରଣର ବିପଦରୁ ରକ୍ଷା କରିଥାଏ।
ଆମେରିକାର ଗବେଷକଙ୍କ କହିବା ଅନୁସାରେ ମାଟି ବହୁତ ରୋଗ ସୃଷ୍ଟିକାରୀ କୀଟାଣୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ହେଲେ ସମସ୍ତ ପ୍ରକାରର ମାଟି ଉପକାରୀ ହୋଇନଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories