www.samajalive.in
Monday, December 8, 2025
24.1 C
Bhubaneswar

ବେଗୁସରାଇରୁ ନିର୍ବାଚନ ଲଢିବେ କହ୍ନେୟା

ପାଟନା : ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ବାମପନ୍ଥୀ ନେତା କହ୍ନେୟା କୁମାର ୨୦୧୯ ଲୋକସଭା ନିର୍ବାଚନରେ ବେଗୁସରାଇରୁ ସିପିଆଇ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ। ମହାମେଣ୍ଟ (ଆରଜେଡି, କଂଗ୍ରେସ ଏବଂ ଏନ୍‍ସିପି) ସହଯୋଗରେ ସେ ନିର୍ବାଚନ ଲଢିବେ ବୋଲି ସିପିଆଇ ରାଜ୍ୟ ସଚିବ ସତ୍ୟନାରାୟଣ ସିଂହ ପ୍ରକାଶ କରିଛନ୍ତି। ସତ୍ୟନାରାୟଣ କହିଛନ୍ତି ଯେ କହ୍ନେୟା ନିର୍ବାଚନ ଲଢନ୍ତୁ ବୋଲି ସମସ୍ତ ବାମଦଳ ସହ ଆରଜେଡି ଏବଂ କଂଗ୍ରେସ ଚାହୁଁଛନ୍ତି। ଏନେଇ ଆରେଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ସହମତି ପ୍ରକାଶ କରିଛନ୍ତି। ଏହି ଆସନକୁ କହ୍ନେୟା କୁମାରଙ୍କ ପାଇଁ ଛାଡ଼ିବାକୁ ସେ ରାଜି ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିହାରର ୬ଟି ଆସନରେ ପ୍ରାର୍ଥୀ ଦେବାକୁ ସିପିଆଇ ନିଷ୍ପତ୍ତି ନେଇଛି। ହେଲେ ଏନେଇ ଚୂଡ଼ାନ୍ତ ନିର୍ଣ୍ଣୟ ହୋଇନାହିଁ। ଏହି ୬ ଆସନ ମଧ୍ୟରେ ବେଗୁସରାଇ, ମଧୁବଣି, ମୋତିହାର, ଗଖଡ଼ିୟା, ଗୟା ଏବଂ ବାଂକା ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି। ବେଗୁସରାଇରୁ କହ୍ନେୟା ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଛି। ସେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହେବେ। ହେଲେ ତାଙ୍କୁ ଅନ୍ୟ ବାମ ଦଳ ସହ ଏନ୍‍ସିପି, ଆରଜେଡି ଏବଂ କଂଗ୍ରେସ ସମର୍ଥନ ଦେବେ। ଉଲ୍ଲେଖଯୋଗ୍ୟ ଯେ ବିଜେପି ବରିଷ୍ଠ ନେତା ଭୋଲା ସିଂହ ଏବେ ବେଗୁସରାଇର ସାଂସଦ ଅଛନ୍ତି। ଦିନେ ବାମପନ୍ଥୀଙ୍କ ଗଡ଼ କୁହାଯାଉଥିବା ବେଗୁସରାଇରେ ଏବେ ବିଜେପି ପତାକା ଉଡୁଛି। ଫଳରେ ମହାମେଣ୍ଟ କରି ବିଜେପିକୁ ହରାଇବା ପାଇଁ ବିରୋଧୀ ଦଳମାନେ ପ୍ରୟାସ ଆରମ୍ଭ କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories