www.samajalive.in
Monday, December 8, 2025
24.1 C
Bhubaneswar

ରଖେ ହରି ମାରେ କିଏ , ଟ୍ରକ ଧକ୍କାପରେ ୬ଫୁଟ ଶୂନ୍ୟରେ ଉଠିଯାଇଥିବା ବ୍ୟକ୍ତିଙ୍କ ହେଲାନି କିଛି କ୍ଷତି

ହାଇଦ୍ରାବାଦ . – ରଖେ ହରି ମାରେ କିଏ  । ଏପରି ଏକ ଘଟଣା ତେଲେଙ୍ଗାନାର ରଙ୍ଗା ରେଡି ଜିଲ୍ଲାରେ ଘଟିଛି . । କେବଳ ସେତିକି ନୁହେଁ ପୁରା ଘଟଣାଟିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସବୁ ବେଳେ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନିବାକୁ କୁହାଯାଇଥାଏ । ମାତ୍ର ବେଳେ ବେଳେ ରାସ୍ତା କାମ ହେଉଛି କି ରାସ୍ତାର ମରାମତି କିମ୍ବା ରାଜନୈତିକ ଦଳର ରାଲି ଲୋକ ବାଧ୍ୟ ହୋଇଥାଆନ୍ତି ଟ୍ରାଫିକ ନିୟମରେ ବିରୋଧରେ ଯିବା ପାଇଁ ।

ଏପରି ଘଟଣା ରଙ୍ଗାରେଡି ଜିଲ୍ଲାରେ ଘଟିଛି  । ହାଇଦ୍ରାବାଦ ନିକଟସ୍ଥ ଏହି ଜିଲାର ରାସ୍ତାର ଗୋଟିଏ ପାର୍ଶ୍ୱରେ  ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ରାଲି ଚାଲିଥିବାରୁ ସେହି ରାସ୍ତା ବନ୍ଦ ଥିଲା । ସେଥିପାଇଁ ସମସ୍ତ ଗାଡି ମଟର ଓ ଲୋକ ଅନ୍ୟ ପାର୍ଶ୍ୱର ରାସ୍ତାରେ ଯିବା ଆସିବା କରୁଥିଲେ । ଏତିକି ବେଳେ ମିନି ଟ୍ରକ ବିପରୀତ ଦିଗରୁ ଆସୁଥିବା  ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା । ବାଇକ୍‌ ଚାଳକ ଶୂନ୍ୟରେ ୬ ଫୁଟ ଉଠିଯାଇ ତଳେ ପଡିଥିଲେ । ପରେ ନିଜେ ଉଠି ବାଇକକୁ ଉଠାଇ ଥିଲେ । ବାଇକ୍‌ ଚାଳକ ଜଣକ ସୌଭାଗ୍ୟ ବଶତଃ ବଞ୍ଚିଯାଇଛନ୍ତି । ତାଙ୍କର ବିଶେଷ କିଛି କ୍ଷତି ହୋଇନି । ମାତ୍ର ଦେଶରେ ରାଜନୈତିକଦଳ ହେଉନ୍ତୁ କି ବିଭିନ୍ନ ସଙ୍ଗଠନ ରାଲି ପାଇଁ ରାସ୍ତା ବନ୍ଦ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବ ଅନେକ ଲୋକ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories