www.samajalive.in
Sunday, December 14, 2025
14.1 C
Bhubaneswar

ପଛୁଆ ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ

ବ୍ରହ୍ମପୁର: ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗଙ୍କ ସଂରକ୍ଷଣ ବଢ଼ାଇବା ପାଇଁ ରାଜ୍ୟର ବିଜେଡ଼ି ସରକାର ଆଗ୍ରହ ଦେଖାଉ ନାହାନ୍ତି । ପ୍ରକୃତ କଥା କହିବାକୁ ଗଲେ ପଛୁଆ ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଭାରତୀୟ ଜନତା ପାର୍ଟିର ଓଡ଼ିଶା ପ୍ରଦେଶ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ପ୍ରକାଶ କରିଛନ୍ତି। ଷ୍ଟେସନରୋଡସ୍ଥିତ ଦଳୀୟ କାର୍ୟ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଥିଲେ ଯେ, ରାଜ୍ୟରେ ପ୍ରାୟ ୫୨ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଓବିସି । ଅନ୍ୟ ରାଜ୍ୟଗୁଡ଼ିକରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ଏଦିଗରେ ବିଶେଷ ଧ୍ୟାନ ଦିଆଯାଇ ନାହିଁ । ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଥିଲେ ।

ସଭାପତି ବିଶ୍ବାଳ ପ୍ରକାଶ କରିଥିଲେ ଯେ, ରାଜ୍ୟରେ କେତେକ ଜାତି ଓ ଉପଜାତି ଏବେବି ଏସ୍‌ଇବିସି ତାଲିକାରୁ ବଞ୍ଚିତ ଅଛନ୍ତି । ସଂଖ୍ୟାଧିକ ଏସ୍‌ଇବିସି ବର୍ଗଙ୍କୁ ଓବିସି​‌ରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏଥିପାଇଁ ରାଜ୍ୟ ପଛୁଆ ବର୍ଗ ଆୟୋଗ ତୁରନ୍ତ କେନ୍ଦ୍ର ସରକାରଙ୍କ ସୁପାରିଶକୁ ଲାଗୁ କରନ୍ତୁ ବୋଲି ସେ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ଶିକ୍ଷା, ସ୍ବାସ୍ଥ୍ୟ, ମତ୍ସ୍ୟ ଓ ପଶୁ ସଂପଦକ ଆଦି ବିଭାଗରେ ସମୁଦାୟ ୭୬୩୩ଟି ପଦବୀ ମଧ୍ୟରୁ ମାତ୍ର ୨୮୮ଟି ପଦବୀ ଓବିସି ପାଇଁ ଉଦ୍ଧିଷ୍ଟ ରହିଛି । ଯାହାକି କେବଳ ୩.୭୭ପ୍ରତିଶତ । ୨୭ ପ୍ରତିଶତ ସଂରକ୍ଷଣ ଦୂର କଥା, ୧୧.୨୫ପ୍ରତିଶତ ସଂରକ୍ଷଣ ମଧ୍ୟ ଦିଆଯାଇ ନାହିଁ । ଓବିସି ବର୍ଗଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଉଦ୍ଦିଷ୍ଟ ଓବିସି ଫାଇନାନ୍ସ ଡେଭେଲପମେଣ୍ଟ ଆଣ୍ଡ କୋପରେଟିଭ୍‌ କର୍ପୋରେସନ ତରଫରୁ ଗତ ୨୦୦୮ ମସିହାରୁ ୨୦୨୧ ମସିହା ପର୍ୟ୍ୟନ୍ତ ଜଣେ ବି ପଛୁଆ ବର୍ଗ ହିତାଧିକାରୀଙ୍କୁ ଋଣ କିମ୍ବା ଆର୍ଥୀକ ସହାୟତା ପ୍ରଦାନ କରାଯାଇ ନାହିଁ । ରାଜ୍ୟ ଓବିସି ଆୟୋଗ ଗଠିତ ହୋଇଥିଲେ ମଧ୍ୟ ତାହାର କାର୍ୟ୍ୟଧାରା ବିଷୟରେ ସମସ୍ତଙ୍କୁ ଅନ୍ଧାରରେ ରଖାଯାଉଛି । ଅନେକ ରାଜ୍ୟରେ ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ ଓଡ଼ିଶା ସରକାର ବିଭିନ୍ନ ସମୟରେ କୋର୍ଟ ଏବଂ କେନ୍ଦ୍ର ସରକାରଙ୍କୁ ଦୋଷ ଲଦିଦେଇ ଖସିଯିବାକୁ ପ୍ରୟାସ କରୁଛନ୍ତି । ରାଜ୍ୟରେ ପଛୁଆ ବର୍ଗ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ସଭାପତି ବିଶ୍ବାଳ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ଏବଂ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories