www.samajalive.in
Tuesday, December 9, 2025
15.1 C
Bhubaneswar

ତାଲିବାନକୁ ଆର୍ଥିକ ସହାୟତା ଯୋଗାଇବ ଚୀନ

କାବୁଲ/ବେଜିଂ: ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ସଂପ୍ରତି ପ୍ରତି ମୁହୂର୍ତ୍ତରେ ହତ୍ୟା, ଅତ୍ୟାଚାର, ଶୋଷଣ, ବିସ୍ଫୋରଣ ଭଳି ଘଟଣା ଘଟିଚାଲିଥିବାବେଳେ ଦେଶକୁ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଦଖଲ କରିଥିବା ତାଲିବାନ ଆତଙ୍କିଙ୍କ ପାଇଁ ଦେଶ ଚଳାଇବା ଏବେ କଷ୍ଟକର ହୋଇପଡିଛି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଆସରଫ ଘନିଙ୍କ ସରକାରକୁ ତାଲିବାନ ଗାଦିଚ୍ୟୁତ କରିବା ପରେ ବିଶ୍ୱବ୍ୟାଙ୍କ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ସଂପ୍ରତି ଆଫଗାନିସ୍ତାନର ଆକାଉଣ୍ଟ ଜବତ କରିବା ସହିତ ଏହାକୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଣ ବନ୍ଦ କରିଦେଇଛନ୍ତି। ତାହାସହିତ ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ ବନ୍ଦ ହୋଇଯାଇଛି। ତାଲିବାନ ପାଇଁ ଅର୍ଥ ଏବେ ମୁଖ୍ୟ ଚିନ୍ତାର ବିଷୟ ପାଲଟିଥିବାବେଳେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଚୀନ ପ୍ରତିଶ୍ରୁତି ଦେଇଛି। ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବାକୁ ଆମେରିକା ସରକାର କାତାରରେ ତାଲିବାନ ସହିତ ଆଲୋଚନା ଚଳାଇଥିବାବେଳେ ଚୀନ ତାଲିବାନକୁ ଆର୍ଥିକ ସହିତ ସମସ୍ତ ସହାୟତା ଯୋଗାଇଦେବାକୁ ସୂଚନା ଦେଇଛି। ଆଫଗାନିସ୍ତାନର ସମସ୍ତ ପାଣ୍ଠିକୁ ଆନ୍ତର୍ଜାତିକ ସ୍ତରରେ ଅକାମି କରିଦିଆଯିବା ଘଟଣା ତାଲିବାନର ଚିନ୍ତା ବଢାଇଥିବାବେଳେ ଚୀନର ପ୍ରତିଶ୍ରୁତି ସେମାନଙ୍କ ମନୋବଳକୁ ପୁଣି ସୁଦୃଢ କରିଛି।
ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ସୋମବାର ଦିନ ଆମେରିକାକୁ ଆଫଗାନିସ୍ତାନ ସଙ୍କଟ ପାଇଁ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଆକ୍ଷେପ କରିଛନ୍ତି। ଏଥିସହିତ ସେ ଆଫଗାନିସ୍ତାନ ପୁନର୍ଗଠନରେ ସହାୟତା ନକରି ଆମେରିକା ଉକ୍ତ ଦେଶ ଛାଡିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଆମେରିକା ମାନବୀୟ ସହାୟତା ଏବଂ ଦେଶର ପୁର୍ନଗଠନ ପାଇଁ ଦେଇଥିବା ନିଜର ପ୍ରତିଶ୍ରୁତି ଓ ଦାୟିତ୍ୱ ଅକ୍ଷରେ ଅକ୍ଷରେ ପାଳନ କରିବା ଚୀନ ଆଶା କରୁଛି। ୱାଙ୍ଗ କହିଛନ୍ତି, ଚୀନ ସର୍ବଦା ଆଫଗାନିସ୍ତାନ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ନୀତି ଅବଲମ୍ବନ କରିଆସିଛି ଏବଂ ଏହାକୁ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ଯଥେଷ୍ଟ ସହାୟତା କରିଛି। ଆଫଗାନିସ୍ତାନ ଏକ ଅନ୍ତର୍ଭୁକ୍ତିଭିତ୍ତିକ ମୁକ୍ତ ଏବଂ ପ୍ରସାରିତ ସରକାର ଗଠନ କରିବ ଏବଂ ଏହା ନିଜର ଜନସାଧାରଣ ଏବଂ ଆନ୍ତର୍ଜାତିକ ସମୁଦାୟଙ୍କର ପାରସ୍ପରିକ ଆଶା ଆକାଂକ୍ଷା ପୂରଣ କରିପାରୁଥିବା ତଥା ନିଜର ସ୍ୱରକୁ ପହଞ୍ଚାଇପାରୁଥିବା ଏକ ବିଚାରବନ୍ତ ଓ ବିକାଶବାଦୀ ସରକାର ଗଠନ କରିବା ନେଇ ଚୀନ ଆଶାବାଦୀ ଅଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories