www.samajalive.in
Saturday, December 13, 2025
27.1 C
Bhubaneswar

ଶ୍ରାବଣରେ ବର୍ଷାର ଧୋକ୍କା,ମରୁଡି କବଳରେ ହରଭଙ୍ଗା ବ୍ଲକ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକରେ ଚଳିତବର୍ଷ  ଧାର୍ଯ୍ୟପରିମାଣଠାରୁ ଶତକଡା ୬୭ ପ୍ରତିଶତ କମ୍  ବର୍ଷା ଯୋଗୁଁ  ମରୁଡି କବଳରେ ହରଭଙ୍ଗା ରହିଥିବା ଜଣାପଡିଛି।ଆସନ୍ତା ୭ଦିନ ମଧ୍ୟରେ ଭଲ ବର୍ଷା ହେଲେ ବି ତଳିଘାରି ପୋଡିଯିବା ଏବଂ ତଳି ବୁଢା ହୋଇଯିବା ଫଳରେ ଧାନ ଚାଷ ସଂପୂର୍ଣ୍ଣ ଉଜୁଡିଯିବା ସହିତ ଏକ ନିଶ୍ଚିତି ମରୁଡି ଦେଖାଦେବ ବୋଲି କୃଷି ବିଭାଗ ପୂର୍ବାନୁମାନ କରିଛି  ।ସୂଚନା ଅନୁଯାୟୀ ବ୍ଲକରେ ଧାନଚାଷ ପାଇଁ ୧୫ହଜାର୪୫୦ହେକ୍ଟର,ଅଣଧାନ ଚାଷପାଇଁ ୯ହଜାର୭୮୫ହେକ୍ଟର ଚାଷ ଜମି ରହିଛି।ସେଥିରୁ ୧୮ହଜାର ୧୨୪ହେକ୍ଟର ଚାଷଜମିରେ ଜଳସେଚନ ପାଇଁ ସୁବିଧା ରହିଛିି।ସୂଚନା ଅନୁସାରେ ଚଳିତ ବର୍ଷ ବ୍ଲକରେ ଜୁନ୍ ମାସରେ ଧାର୍ଯ୍ୟ ପରିମାଣ ୨୩୩.୮୦ମି.ମି ବର୍ଷାରୁ ୧୦୪ ମି.ମି ବର୍ଷା ହୋଇଛି।ଯାହାକି ଜୁନ୍ ମାସରେ ଶତକଡା ୫୫.୫୨ ପ୍ରତିଶତ କମ୍ ବର୍ଷା ହୋଇଛି। ଜୁଲାଇରେ ୪୧୮.୫୦ ମି.ମି ବର୍ଷା ହେବା ଯାଗାରେ ମାତ୍ର ୧୬୨.୦ ମି.ମି ବର୍ଷା ହୋଇଛି।ଯାହାକି ଜୁଲାଇରେ  ୬୧.୦୩ ପ୍ରତିଶ୍ରତ କମ୍ ବର୍ଷା ହୋଇଛି।

 

- Advertisement -

ଅଗଷ୍ଟରେ ୧୪୧.୦୯ ପ୍ରତିଶ୍ରତ ବର୍ଷା ହେବା କଥା ମାତ୍ର ୨୨ତାରିଖ ସୁଦ୍ଧା ଶ୍ରାବଣ ମାସ ଶେଷ ସୁଦ୍ଧା  ୭୦ପ୍ରତିଶ୍ରତ ବର୍ଷା କମ୍ଥିବା ରେକର୍ଡରୁ ଜଣାପଡିଛି।ଫଳରେ ବ୍ଲକରେ ବର୍ତମାନ ସୁଦ୍ଧା ୬ହଜାର ହେକ୍ଟର ଚାଷଜମିରେ ଧାନ ଚାଷ ହୋଇନଥିବା କୃଷ୍ିବିଭାଗ ଆକଳନ କରିଛି।ଜୁନ୍,ଜୁଲାଇ ଏବଂ ଅଗଷ୍ଟ ମାସରେ କ୍ରମାଗତଭାବେ ୫୫.୫୨ ,୬୧.୦୩ ଏବଂ ଚଳିତ ମାସରେ ୭୦ ପ୍ରତିଶ୍ରତ କମ୍ ବର୍ଷା ଯୋଗୁଁ  ଅଂଚଳରେ ଏକ ନିଶ୍ଚିତ ମରୁଡିର ପୂର୍ବାଭାଷ ମିଳୁଥିବା କୃଷି ବିଭାଗ ଆକଳନ କରିଛି।ମରୁଡି ଆଶଙ୍କାକୁ ଦୃଷ୍ଟିରେ ରଖି କୃଷ୍ି ବିଭାଗ ଏହି ପରିସ୍ଥିତିରେ ଆଗୁଆ ରବି ଚାଷ ପାଇଁ ଚାଷୀଙ୍କୁ ବାଦାମ,ମୁଗ ,ସୋରିଷ ଚାଷ ପାଇଁ ଆବଶ୍ୟକୀୟ ବିହନ ଯୋଗାଇଦିଆଯିବା ପାଇଁ ଆଗୁଆ ପ୍ରସ୍ତୁତ ଦିଗରେ ରାଜ୍ୟ କୃଷି ବିଭାଗକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି।ହରଭଙ୍ଗା ବ୍ଲକରେ ଚଳିତ ବର୍ଷ  କମ୍ ବୃଷ୍ଟିପାତ ଫଳରେ ୪୦ ପ୍ରତିଶ୍ରତ ଜମିରେ ଧାନ ତଳିରୁଆ ହୋଇନଥିବା ଜଣାପଡିଛି।ବର୍ଷା କମ୍  ସତ୍ତ୍ବେ ମରୁଡିକୁ ଖାତିରି ନକରି  ଚାଷୀ ଋଣ ,କରଜ କରି ବହୁ କଷ୍ଟରେ ଚାଷ କାର୍ଯ୍ୟ ଆଗେଇନେଇଥିଲା।କିନ୍ତୁ ଅଗଷ୍ଟ ମାସରେ ମଧ୍ୟ ସମାନ ଅବସ୍ଥା ଯୋଗୁଁ ଚାଷୀ ଚାଷ ଉପରୁ ଆଶାଛାଡିଦେଇଥିବା ଜଣାପଡିଛି।    ଆସନ୍ତା ସାତ ଦିନ ମଧ୍ୟରେ ଭଲ ବର୍ଷା ହେଲେ ବି  ଧାନ ଚାଷ ଉଜୁଡିବା ନିଶ୍ଚିତ ବୋଲି ଚାଷୀମହଲରୁ  ମତପ୍ରକାଶ ପାଉଛି।

 

 

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories