www.samajalive.in
Wednesday, December 10, 2025
16.1 C
Bhubaneswar

ଗଛରେ ପିଟିଲା ଅଟୋ, ଜଣେ ମୃତ 

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତର ନାଠିଗୋଡ଼ା ଠାରେ ଗଛରେ ଅଟୋ ପିଟି ହୋଇ ଜଣକର ମୃତ୍ୟୁ ଘଟିଛି। ମୃତଜଣକ ହେଲେ ପରି ନାଏକ(୩୨)। ସୂଚନା ଅନୁଯାୟୀ ପରି ଜଣେ ଅଟୋ ଚାଳକ ହୋଇଥିବା ବେଳେ ସେ ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତେଳାପଶି ଗ୍ରାମର ବୋଲି ଜଣାପଡ଼ିଛି। ପରି ନିଜ ଗ୍ରାମରୁ ଭଡ଼ାରେ ସେହି ଗ୍ରାମର ଟୁନା ମୁଣ୍ଡା ଓ ତାଙ୍କ ପୁଅକୁ ଧରି ପାଠ ପଢିବା ପାଇଁ ଆକୁଳ ପଞ୍ଚାୟତ ମଲଣ୍ଡା ଗ୍ରାମକୁ ଛାଡ଼ିବାକୁ ଆସିଥିଲେ।ଅପରାହ୍ନରେ ଫେରିବା ବେଳେ ସେ ତେଲକୋଇ ଆସିଥିଲେ। ସେ ତେଲକୋଇରୁ ତାଳପଦା ଦେଇ ଘରକୁ ଫେରିବା ପାଇଁ ଯୋଜନା କରି ତେଲକୋଇରୁ ବାହାରିଥିଲେ। କିନ୍ତୁ ସେମାନେ  ରାସ୍ତା ଜାଣି ନପାରିବାରୁ ଖୁଣ୍ଟାପଡା ରାସ୍ତାରେ ଚାଲିଯାଇଥିଲେ। ତେବେ ଖୁଣ୍ଟାପଡା ନିକଟ ନାଠିଗୋଡା ଠାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ବକୁ ଯାଇ ଏକ ଶାଳଗଛରେ ପିଟି ହୋଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପଛରେ ବସିଥିବା ଟୁନା ମୁଣ୍ଡା(୩୦) ଅଳ୍ପକେ ବର୍ତ୍ତିଯାଇଛନ୍ତି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories