www.samajalive.in
Sunday, December 7, 2025
14.1 C
Bhubaneswar

ତାଲିବାନର ଆଫଗାନିସ୍ତାନ ଦଖଲ ପଛରେ ପାକିସ୍ତାନ ଆଇଏସଆଇର ମୁଖ୍ୟ ଭୂମିକା

ୱାଶିଂଟନ: ତାଲିବାନକୁ ପୃଷ୍ଠପୋଷକତା ଯୋଗାଇବା କ୍ଷେତ୍ରରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତାଲିବାନର ଆଫଗାନିସ୍ତାନ ଦଖଲ ପଛରେ ମଧ୍ୟ ସେମାନଙ୍କର ମୁଖ୍ୟ ଭୂମିକା ରହିଥିବା ଆମେରିକାରେ ଜଣେ ତୁଙ୍ଗ ରିପବ୍ଲିକାନ ସାଂସଦ କହିଛନ୍ତି। ତାଲିବାନ ବିଜୟରେ ଇସଲାମାବାଦ ବିଜୟ ଉତ୍ସବ ମନାଇବା ଦୃଶ୍ୟ ଅତ୍ୟନ୍ତ ଅଶ୍ୱସ୍ତିକର ବୋଲି ସେ କହିବା ସହିତ ଏହାଦ୍ୱାରା ଆଫଗାନ ଜନସାଧାରଣ ପୁଣି ବର୍ବରତାର ନର୍କରେ ଘାଣ୍ଟିହେବେ ବୋଲି ସେ କହିଛନ୍ତି।
ଆମେରିକା କଂଗ୍ରେସର ରିପବ୍ଲିକାନ ସଦସ୍ୟ ଷ୍ଟିଭ ଚାବଟ୍‍ ରବିବାର ଦିନ ହିନ୍ଦୁ ରାଜନୈତିକ କାର୍ଯ୍ୟାନ୍ୱୟନ କମିଟିକୁ ଆଭାସି ଜରିଆରେ ଉଦବୋଧନ ଦେଇ କହିଥିଲେ, ତାଲିବାନ ଭୟରେ ଦେଶ ଛାଡୁଥିବା ଆଫଗାନ ନାଗରିକଙ୍କୁ ଭାରତ ସରକାର ସ୍ୱାଗତ କରିବା ବିଷୟ ପ୍ରଶଂସନୀୟ ହୋଇଛି। ଅନ୍ୟପକ୍ଷରେ ଏକଥା ସମସ୍ତେ ଜାଣନ୍ତି ଯେ ପାକିସ୍ତାନ ଏବଂ ବିଶେଷକରି ଏହାର ଗୁଇନ୍ଦା ସଂସ୍ଥା ଆଇଏସଆଇ ତାଲିବାନକୁ ପୃଷ୍ଠପୋଷକତା ଯୋଗାଇବା ତଥା ଏହା ଆଫଗାନିସ୍ତାନକୁ ଅଧିକାର କରିବା ପଛରେ ମୁଖ୍ୟ ଭୂମିକା ନେଉଛି। ତାହାଛଡା ପାକିସ୍ତାନରେ ମଧ୍ୟ ମହିଳା ଓ ଯୁବତୀଙ୍କ ଉପରେ ଅତ୍ୟାଚାର କରାଯାଉଛି। ସେଠାରେ ସଂଖ୍ୟାଲଘୁ ହିନ୍ଦୁ ନାବାଳିକାଙ୍କୁ ବଳପୂର୍ବକ ବୟସ୍କ ମୁସଲମାନ ପୁରୁଷଙ୍କ ସହିତ ବିବାହ କରାଇ ଦିଆଯାଉଛି। ଏସବୁ ଅଭିଯୋଗ ଅମୂଳକ ନୁହେଁ। ଅନ୍ୟପକ୍ଷରେ ପ୍ରାୟ ୬ ନିୟୁତ ହିନ୍ଦୁ ଆମେରିକାରେ ବାସ କରୁଛନ୍ତି ଏବଂ ସେମାନେ ସାରା ଆମେରିକାରେ ନିଃସନ୍ଦେହରେ ସ୍ଥାନୀୟ ସାମାଜିକ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି। ଉଚ୍ଚ ନୈତିକ ମୂଲ୍ୟବୋଧ ସହିତ ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ଜରିଆରେ ହିନ୍ଦୁମାନେ ଆମେରିକା ସ୍ୱପ୍ନ ସାକାର କରିବାରେ ଦୃଷ୍ଟାନ୍ତକାରୀ ଭୂମିକା ଗ୍ରହଣ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories