ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଆଜି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର
ପୁରୀ : ଆଜି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ରତ୍ନବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କରୋନାର ୨ୟ ତରଙ୍ଗ ବୃଦ୍ଧି ପରେ ଦୀର୍ଘ ୪ ମାସ ହେବ ସର୍ବସାଧାରଣ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ମାତ୍ର ଆଜି ଠାରୁ କୋଭିଡ ଗାଇଡ ଲାଇନ ଅନୁଯାୟୀ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିରରେ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନାର ୨ଟି ପାନ ଟିକାରରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ। ଶୃଙ୍ଖଳିତ ଦର୍ଶନ ପାଇଁ ୧୦ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହେବା ସହ ସ୍ୱତନ୍ତ୍ର ବ୍ୟାରିକେଡ ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଛି। ସକାଳ ୭ ରୁ ସନ୍ଧ୍ୟା ୭ ଯାଏଁ ଦର୍ଶନ ବ୍ୟବସ୍ଥା ହୋଇଛି।
Comments are closed.