www.samajalive.in
Saturday, December 6, 2025
15.1 C
Bhubaneswar

ବାବୁରାମଙ୍କୁ ଅଶୋକଚକ୍ର ଓ ଅଲତାଫଙ୍କୁ କୀର୍ତ୍ତିଚକ୍ର ; ୧୫ ଜଣଙ୍କୁ ଶୌର୍ଯ୍ୟଚକ୍ର

ନୂଆଦିଲ୍ଲୀ : ସ୍ବାଧୀନତା ଦିବସ ଅବସରରେ ଜାମ୍ମୁ-କାଶ୍ମୀର ପୁଲିସ ଏଏସ୍‌ଆଇ ବାବୁ ରାମଙ୍କୁ ଚଳିତ ବର୍ଷର ଅଶୋକଚକ୍ର ଓ ପୁଲିସ କନେ‌େ​‌ଷ୍ଟବଳ ଅଲତାଫ ହୁସେନ ଭଟ୍ଟଙ୍କୁ କୀର୍ତ୍ତିଚକ୍ର ପ୍ରଦାନ କରାଯିବ। ସେହିଭଳି ୧୫ଜଣଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ସ୍ଥଳସେନାର ୬ ଜଣ ଓ ବାୟୁସେନାର ଜଣେ ଅଛନ୍ତି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଘୋଷଣା କରାଯାଇଛି ।
ଶୌର୍ଯ୍ୟଚକ୍ର ବିଜୟୀଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ସେମାନେ ହେଉଛନ୍ତି ଓଡ଼ିଶା ପୁଲିସ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁ। ଉଭୟଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ମେଜର ଅରୁଣ କୁମାର ପାଣ୍ଡେୟ, କ୍ୟାପ୍‌ଟେନ ଆଶୁତୋଷ କୁମାର ଓ ଶାହବାଜ ଅହମଦଙ୍କୁ ମଧ୍ୟ ମରଣୋତ୍ତର ଏହି ସମ୍ମାନ ପ୍ରଦାନ କରାଯିବ। ମୋଟ ୧୪୪ଜଣ ସେନା, ଅର୍ଦ୍ଧସାମରିକ ବାହିନୀ ଯବାନ ଓ ପୁଲିସ ଅଧିକାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଏଥିସହିତ ୧୧୬ ସେନା ପଦକ, ୫ ନୌସେନା ପଦକ ଓ ଦୁଇ ବାୟୁସେନା ପଦକ ପ୍ରଦାନ କରାଯିବ। ପଦକ ବିଜେତାଙ୍କ ନାମ ଶନିବାର ଘୋଷିତ ହୋଇଛି। ଏହି ଅବସରରେ ଭାରତ-ତିବ୍‌ବତ ସୀମା ବଳ(ଆଇଟିବିପି)ର ୨୦ ଯବାନଙ୍କୁ ବୀରତା ପଦକ ପ୍ରଦାନ କରାଯିବ। ଏହି ଯବାନମାନେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ନିକଟ ଲଦାଖର ଗଲୱାନ, ଗୋଗ୍ରା ଓ ହଟ୍‌ସ୍ପ୍ରିଙ୍ଗ ଘାଟିରେ ଚୀନ ସୈନିକଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂଚନାନୁଯାୟୀ, ସାହସିକତା ପାଇଁ ମୋଟ ୧୩୮୦ ପଦକ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି। ମୋଟ୍ ୬୨୮ ପୁଲିସ ପଦକ ପ୍ରଦାନ କରାଯିବ ଏବଂ ଏଥିରେ ଜାମ୍ମୁ-କାଶ୍ମୀର ପୁଲିସର ୨୫୭ ଓ ସିଆରପିଏଫ୍‌ର ୧୫୧ କର୍ମଚାରୀ ଅନ୍ତର୍ଭୁକ୍ତ। ୮୮ଜଣଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories