www.samajalive.in
Friday, December 5, 2025
26.1 C
Bhubaneswar

ଲୋକଟିଏକୁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର :  ଲକ୍ଷ୍ମୀପୁର ବ୍ଲକର ସବୁଜ ବାହିନୀ ପକ୍ଷରୁ ଲୋକଟିଏକୁ ଗଛଟିଏ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୫୦ଟି ପେସ୍ତା ବାଦାମ ଚାରା ରାୟଗଡା କେନ୍ଦ୍ରୀୟ ଉତ୍ପାଦନ କେନ୍ଦ୍ରରୁ ଅଣାଯାଇ ପଚାଶ ଜଣଙ୍କୁ ବଣ୍ଟନକରାଯାଇଛି। ଲକ୍ଷ୍ମୀପୁରରେ ଗଛ ମଣିଷ ଭାବେ ପରିଚିତ ଗୋପେଶ୍ଵର ଗରଡାଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ସାଂସଦ ଝିନ ହିକକା ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ  ହେମନ୍ତ ମହାନନ୍ଦିଆ, ସୁବାସ ମାଝି ଓ ସୀମା ବୈପାରି ପ୍ରମୁଖ ସହଯୋଗ କରିଥିଲେ । ଅସନ୍ତୁଳିତ ପରିବେଶକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଶ୍ରୀ ଗରଡ଼ା ପ୍ରାୟ ଦୁଇ ବର୍ଷ ହେଲା ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏପରିକି ଲୋକଟିଏ ଗଛଟିଏ ନାରା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ସହିତ ରୋପଣ ହେଉଥିବା ଚାରା ଗୁଡିକର ରକ୍ଷଣାବେକ୍ଷଣ ଉପରେ  ଧ୍ୟାନ ଦିଆଯାଉଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories