ଆଠଗଡ଼ : କରୋନା ସଂକ୍ରମଣର ୨ୟ ଲହର ଆରମ୍ଭ ହେବାର ୫ମାସ ପରେ ଶନିବାର ଆଠଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ୟ ରହିବା ଏକ ଆଶ୍ୱସ୍ତିକର ବିଷୟ । ଆଠଗଡ଼ ଡାକ୍ତରଖାନାରେ ୩୨, ବ୍ରହ୍ମପୁର ସିଏଚସିରେ ୨୯ ଓ ଡବାଗାଡିଆ ଶିବିରରେ ୩୬ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ହୋଇଥିବାବେଳେ କେହି ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ଏଥି ସହିତ ଆଠଗଡ଼ ଡାକ୍ତରଖାନାରେ ୩୦, ବ୍ରହ୍ମପୁର ସିଏଚସିରେ ୭ ଓ ଡବାଗାଡିଆ ଶିବିରରେ ୧୦୦ଜଣଙ୍କୁ ମିଶାଇ ମୋଟ ୧୩୭ଜଣଙ୍କର ସ୍ୱାବ୍ ନମୁନା ଆରଟପିସିଆର ପରୀକ୍ଷା ପାଇଁ କଟକ ପଠାଯାଇଥିବା ଜଣାପଡ଼ିଛି । ଗୋଟିଏ ଦିନ ସଂକ୍ରମିତ ଶୂନ୍ୟ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣ ଯାଇନାହିଁ ଏବଂ ସମ୍ଭାବ୍ୟ ୩ୟ ଲହର ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଲୋକମାନେ ଯଥେଷ୍ଟ ସତର୍କତା ଓ ସଚେତନତା ଅବଲମ୍ବନ କରିବା ସହିତ କୋଭିଡ ନିର୍ଦ୍ଦେଶାବଳୀ ମାନିବା ଲାଗି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ମତବ୍ୟକ୍ତ କରିଛନ୍ତି।
Popular Categories



