www.samajalive.in
Sunday, December 7, 2025
23.1 C
Bhubaneswar

ଆଫଗାନ ଜନସାଧାରଣଙ୍କୁ ସହାୟତା ପାଇଁ ଭାରତର କାର୍ଯ୍ୟକୁ ତାରିଫ କଲେ ତାଲିବାନ ମୁଖପାତ୍ର

ନୂଆଦିଲ୍ଲୀ: ଆଫଗାନିସ୍ତାନ ଜନସାଧାରଣଙ୍କୁ ଭାରତ ସହାୟତା କରିଆସୁଛି। ଏଥିସହିତ ଭାରତ ଆଫଗାନିସ୍ତାନରେ ବହୁ ଜାତୀୟ ପ୍ରକଳ୍ପରେ ଅଂଶଗ୍ରହଣ କରୁଛି। ଏହାକୁ ତାଲିବାନ ପ୍ରଶଂସା କରିଛି। ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ପୁନର୍ଗଠନ କାର୍ଯ୍ୟରେ ନୂଆଦିଲ୍ଲୀର ଏଭଳି ସହଯୋଗକୁ ତାଲିବାନ ମୁଖପାତ୍ର ମହମ୍ମଦ ସୁହେଲ ଶାହିନ ପ୍ରଶଂସା କରିଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ନଦୀବନ୍ଧ, ଜାତୀୟ ଓ ସଂରଚନା ପ୍ରକଳ୍ପ ଆଦି ସହିତ ଆଫଗାନିସ୍ତାନର ବିକାଶ, ପୁନର୍ଗଠନ ଏବଂ ଦେଶର ଜନସାଧାରଣଙ୍କ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଯାହା କରାଯାଇଛି, ତାହାକୁ ସେମାନେ ପ୍ରଶଂସା କରୁଛନ୍ତି।

 

- Advertisement -

ଏହି ଅବସରରେ ସୁହେଲ ପାକିସ୍ତାନ ସହିତ ଆତଙ୍କି ଗୋଷ୍ଠୀ ସହିତ ଆତଙ୍କି ଗୋଷ୍ଠୀ ସହିତ ତାଲିବାନର ସଂପର୍କକୁ ଅସ୍ୱୀକାର କରିଛନ୍ତି। ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ସେ ଦର୍ଶାଇଛନ୍ତି। ଏହା ବାସ୍ତବତା ଆଧାରିତ ନୁହେଁ, ବରଂ ତାଲିବାନ ପ୍ରତି କେତେକ ନୀତି ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅପପ୍ରଚାର କରାଯାଉଛି। ଆଫଗାନିସ୍ତାନରେ ତାଲିବାନ ଅନେକ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇସାରିଥିବାବେଳେ ଅନେକ ରାଷ୍ଟ୍ର ସେଠାରେ ଥିବା ସେମାନଙ୍କର ଦୂତାବାସ ବନ୍ଦ କରିବା ଆରମ୍ଭ କରିଛନ୍ତି। ଆମେରିକା ଠାରୁ ନେଇ ଡେନମାର୍କ, ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଏହି ଯୁଦ୍ଧ ବିଧ୍ୱସ୍ତ ରାଷ୍ଟ୍ରରୁ ସେମାନଙ୍କ ଦୂତାବାସ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ୱେଦେଶ ଫେରାଇ ନେଉଛନ୍ତି। ତେବେ ଦୂତାବାସ ଏବଂ ସେଠାରେ ଥିବା କର୍ମଚାରୀଙ୍କ ପ୍ରତି ତାଲିବାନ ଆଡୁ ବିପଦ ନାହିଁ ବୋଲି ସୁହେଲ ପ୍ରତିଶ୍ରୁତି ଦେଇଛନ୍ତି। ଏକଥା ସେମାନେ ଅନେକ ଥର କହିସାରିଛନ୍ତି ଏବଂ ଏହା ସେମାନଙ୍କର ଦୃଢ଼ ପ୍ରତିଶ୍ରୁତି ବୋଲି ମହମ୍ମଦ ସୁହେଲ ଶାହିନ ଦୋହରାଇଛନ୍ତି।

 

ଆଫଗାନିସ୍ତାନ ଭୂଖଣ୍ଡକୁ ଭାରତ ବିରୋଧରେ ବ୍ୟବହାର ହେବାକୁ ଦିଆନଯିବାକୁ ତାଲିବାନ ନିର୍ଭର ପ୍ରତିଶ୍ରୁତି ଦେଇପାରିବ କି ବୋଲି ପଚାରିବାରୁ ସୁହେଲ କହିଥିଲେ, ଆଫଗାନ ଭୂଖଣ୍ଡକୁ ଏଭଳି କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଦିଆଯିବ ନାହିଁ। କାହାକୁ ଆଫଗାନ ଭୂଖଣ୍ଡକୁ ପଡୋଶୀ ରାଷ୍ଟ୍ର ସମେତ ବିଶ୍ୱର କୌଣସି ରାଷ୍ଟ୍ର ବିରୁଦ୍ଧରେ ବ୍ୟବହାର ପାଇଁ ସୁଯୋଗ ନଦେବା ନୀତିରେ ତାଲିବାନ ବିଶ୍ୱାସ ରଖୁଛି। ଦୋହାରେ ତାଲିବାନ ଓ ଭାରତୀୟ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ଏହି ବିଷୟ ସେ ନିଶ୍ଚିତ କରି କହିପାରିବେ ନାହିଁ। ପୂର୍ବରୁ କଣ ହୋଇଛି ତାହା ସେ ଜାଣନ୍ତି ନାହିଁ, କିନ୍ତୁ ଦିନକ ପୂର୍ବରୁ ଦୋହାରେ ଅନୁଷ୍ଠିତ ଏକ ବୈଠକରେ ଭାରତୀୟ ପ୍ରତିନିଧି ଦଳ ଉପସ୍ଥିତ ଥିଲେ।

 

ଏହି ଅବସରରେ ସୁହେଲ ଏହା ସ୍ପଷ୍ଟ କରିଦେଇଥିଲେ ଯେ ଆଫଗାନିସ୍ତାନରେ ଭାରତର ସାମରିକ ଉପସ୍ଥିତି ତାଲିବାନ ପାଇଁ ଗ୍ରହଣୀୟ ନୁହେଁ। ଯଦି ଭାରତୀୟ ସୈନ୍ୟ ଆଫଗାନିସ୍ତାନ ଆସନ୍ତି ଏବଂ ଏଠାରେ ରହନ୍ତି ତେବେ ତାହା ସେମାନଙ୍କ ପାଇଁ ଠିକ ହେବନାହିଁ। ସେମାନେ ଆଫଗାନିସ୍ତାନରେ ଅନ୍ୟ ରାଷ୍ଟ୍ରର ସୈନ୍ୟଙ୍କର ଯାହା ହୋଇଛି ତାହା ଦେଖିସାରିଛନ୍ତି। ତେଣୁ ଏହା ସେମାନଙ୍କ ଉପରେ ନିର୍ଭର କରୁଛି। ଏହି ଅବସରରେ ସେ କହିଥିଲେ, ପାକତିଆରେ ଥିବା ନିଶାନ ସାହିବ ଗୁରୁଦ୍ୱାରାରୁ ଶିଖ ସମୁଦାୟ ପତାକା କାଢ଼ି ଦେଇଥିଲେ। ତାଲିବାନର ନିରାପତ୍ତା ଅଧିକାରୀମାନେ ସେଠାକୁ ଯିବା ସମୟରେ ଶିଖ ସମୁଦାୟ କହିଥିଲେ ଯେ କେହି ଯଦି ଉକ୍ତ ପତାକା ଦେଖେ ତେବେ ହୁଏତ ସେମାନଙ୍କୁ ଅତ୍ୟାଚାର କରିପାରନ୍ତି। ସେଥିପାଇଁ ସେମାନେ ପତାକା କାଢି ଦେଇଥିଲେ। ପରେ ସେମାନେ ଉକ୍ତ ପତାକା ପୁଣି ଲଗାଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories