www.samajalive.in
Friday, December 12, 2025
27.1 C
Bhubaneswar

ଅପରାଧୀ ପ୍ରାର୍ଥୀଙ୍କ ତଥ୍ୟ ପ୍ରକାଶରେ ବିଫଳତା, ୮ ଦଳକୁ ଜୋରିମାନା

ନୂଆଦିଲ୍ଲୀ: ନିର୍ଦେଶ ପାଳନରେ ଅବହେଳା ନେଇ ସର୍ବୋଚ୍ଚ ନ୍ୟାୟାଳୟ ୯ଟି ରାଜନୈତିକ ଦଳକୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ରାଜନୈତିକ ଦଳ ମଧ୍ୟରୁ ୮ଟି ଦଳ ଉପରେ ଅଦାଲତ ଜୋରିମାନା ଦଣ୍ଡାଦେଶ ଧାର୍ଯ୍ୟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୂର୍ବ ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ଲଢୁଥିବା ସେମାନଙ୍କ ଅପରାଧୀ ପ୍ରାର୍ଥୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦଳୀୟ ୱେବସାଇଟ୍‌ରେ ପ୍ରକାଶ କରିବେ। ନିର୍ବାଚନ ଲଢିବା ପାଇଁ ଟିକଟ ପାଇବାର ୪୮ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅପରାଧ ପୃଷ୍ଠଭୂମି ବାବଦରେ ଦଳ ନିଜ ୱେବସାଇଟ୍‌ରେ ପ୍ରକାଶ କରିବ। ରାଜନୀତିକୁ ଅପରାଧ ମୁକ୍ତ କରିବା ଉଦ୍ଦେଶ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଗତବର୍ଷ ଫେବୃଆରୀରେ ଏହି ନିର୍ଦେଶ ଦେଇଥିଲେ। ତେବେ ଏହି ନିର୍ଦେଶକୁ ପାଳନ କରିବାରେ ପ୍ରାୟ ସମସ୍ତ ରାଜନୈତିକ ଦଳ ବିଫଳ ହୋଇଛନ୍ତି। ତେଣୁ ରାଜନୈତିକ ଦଳଗୁଡିକୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବକ ଜୋରିମାନା ଦଣ୍ଡାଦେଶ କରାଯାଇଛି।

ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ସିପିଏମ୍, ଏନସିପି ଉପରେ ୫ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି। ସେହିପରି କଂଗ୍ରେସ, ବିଜେପି, ସିପିଆଇ, ଜେଡିୟୁ, ଆରଜେଡି ଓ ଏଲଜେପି ଉପରେ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଧାର୍ଯ୍ୟ କରିଛନ୍ତି। ବିଚାରପତି ଆରଏଫ ନରିମାନ ଓ ବିଆର ଗାଭିଙ୍କୁ ନେଇ ଗଠିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ମଙ୍ଗଳବାର ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ପୀଠ କହିଛନ୍ତି ଯେ ରାଜନୈତିକ ଦଳଗୁଡିକ ଭବିଷ୍ୟତରେ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବେ। ନିର୍ବାଚନ ପ୍ରାର୍ଥୀଙ୍କ ଅପରାଧ ପୃଷ୍ଠ ଭୂମିକୁ ମତଦାତାମାନେ ସହଜରେ ଦେଖିବା ଲାଗି ନିର୍ବାଚନ ଆୟୋଗ ମୋବାଇଲ ଆପ୍‌ର ମଧ୍ୟ ବ୍ୟବସ୍ଥା କରିବେ ବୋଲି ପୀଠ କହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories