www.samajalive.in
Friday, December 12, 2025
27.1 C
Bhubaneswar

ରାଜନେତାଙ୍କ ଫୌଜଦାରୀ ମାମଲା ପ୍ରସଙ୍ଗ, ଉଚ୍ଚ ନ୍ୟାୟାଳୟଙ୍କ ଅନୁମତିରେ ପ୍ରତ୍ୟାହାର

ନୂଆଦିଲ୍ଲୀ: ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ବିନା ରାଜନେତା (ପୂର୍ବତନ ଓ ବର୍ତ୍ତମାନ ସାଂସଦ ଓ ବିଧାୟକ)ଙ୍କ ବିରୋଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ। ମଙ୍ଗଳବାର ପ୍ରଧାନ ବିଚାରପତି ଏନ ଭି ରମଣଙ୍କ ନେତୃତ୍ବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତିନି ଜଣିଆ ବିଚାରପତି ପୀଠ ଏହି ନିର୍ଦେଶ ଦେଇଛନ୍ତି। ଆଉ ୨୦୨୦ ସେପ୍ଟେମ୍ବର ୧୬ ପରଠାରୁ ସାଂସଦ ଓ ବିଧାୟକଙ୍କ ଉପରୁ କେତେ ସଂଖ୍ୟକ ମାମଲା ପ୍ରତ୍ୟାହାର କରାଯାଇଛି ତାକୁ ଉଚ୍ଚ ନ୍ୟାୟାଳୟଗୁଡିକ ଅନୁଧ୍ୟାନ କରିବେ। ସିଆରପିସି ଧାରାରେ ରାଜନେତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ସରକାରୀ ଓକିଲ ଚାହଁିଲେ ପ୍ରତ୍ୟାହାର କରିପାରିବେ ନାହିଁ। ସାଧାରଣତଃ ବିଚାର ବିଭାଗୀୟ ଅଦାଲତଗୁଡିକ ମାମଲା ରୁଜୁ କରିଥିବା ତଦନ୍ତକାରୀ ଏଜେନ୍ସିର ଆବେଦନକ୍ରମେ ରାଜନେତାଙ୍କ ଉପରୁ ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେଇଥାନ୍ତି। ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ବିଚାର ବିଭାଗୀୟ ଅଦାଲତଗୁଡିକ ଏହି ନିଷ୍ପତ୍ତି ନେଇପାରିବେ ନାହିଁ। ଶାସକ ଦଳର ସାଂସଦ ଓ ବିଧାୟକଙ୍କ ଉପରୁ ମାମଲା ପ୍ରତ୍ୟାହାର ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଅଦାଲତ ଅବଗତ ହେବା ପରେ ଏପରି ନିର୍ଦେଶ ଦେଇଛନ୍ତି। କୋର୍ଟମିତ୍ର (ଆମିକସ୍‌କ୍ୟୁରି) ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଓକିଲ ବିଜୟ ହଂସରିଆ ଓ ଓକିଲ ସ୍ନେହା କାଲିଟା ଏହି ପ୍ରସଙ୍ଗ ଅଦାଲତଙ୍କ ଦୃଷ୍ଟିକୁ ଆଣିଥିଲେ। ରାଜନେତାଙ୍କ ବିରୋଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲାର ବିଚାର ତ୍ବରାନ୍ବିତ କରିବା ସମ୍ପର୍କରେ ଅଦାଲତ ଶୁଣାଣି କରୁଥିବାବେଳେ ଏ ପ୍ରସଙ୍ଗରେ ଅବଗତ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ଶୁଣାଣି କରୁଥିବା ସ୍ବତନ୍ତ୍ର ଅଦାଲତର ବିଚାରପତିଙ୍କୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବଦଳି କରାଯାଇପାରିବ ନାହିଁ। ଏହା ସହିତ ସ୍ବତନ୍ତ୍ର ଅଦାଲତଗୁଡିକ ରାଜନେତାଙ୍କ ବିରୋଧରେ କେତେ ସଂଖ୍ୟକ ମାମଲା ବିଚାର କରିଛନ୍ତି, କେତେ ମାମଲା ବିଚାରାଧୀନ ରହିଛି ଓ ଏହାର ସ୍ଥିତାବସ୍ଥା ସମ୍ପର୍କରେ ଜଣାଇବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି।

ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାଗୁଡିକ ତ୍ବରିତ ବିଚାର କରିବା ଓ ଦୋଷୀ ରାଜନେତାଙ୍କୁ ନିର୍ବାଚନ ଲଢିବାରୁ ଆଜୀବନ ବାସନ୍ଦ କରିବା ନିବେଦନ କରି ବିଜେପି ନେତା ତଥା ଓକିଲ ଅଶ୍ବିନୀ ଉପାଧ୍ୟାୟ ୨୦୧୬ରେ ଦାୟର କରିଥିବା ଜନସ୍ବାର୍ଥ ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବା ଅବସରରେ ଏହି ନିର୍ଦେଶ ଦେଇଛନ୍ତି। ନିର୍ବାଚନ ଜନପ୍ରତିନିଧିଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ରୁଜୁ ମାମଲା ସମ୍ପର୍କରେ ସବିଶେଷ ତଥ୍ୟ ଦେବା ଲାଗି ଅଦାଲତ କେନ୍ଦ୍ର ସରକାରଙ୍କୁ ପୂର୍ବରୁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ରର ବିଫଳତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories