www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ମଧ୍ୟରେ ଜିକା ଭାଇରସର ଭୟ ; ୭୯ଟି ଗାଁରେ ସଂକ୍ରମଣ ଆଶଙ୍କା

ପୁଣେ : ଏବେ ମଧ୍ୟ କରୋନା ମହାମାରୀର କାୟା ଜାରି ରହିଛି । ମାତ୍ର କରୋନା ମହାମାରୀ ମଧ୍ୟରେ ଏବେ ମହାରାଷ୍ଟ୍ରରେ ଜିକା ଭାଇରସ ଧୀରେ ଧୀରେ ନିଜର କାୟା ବିସ୍ତାର କରୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପୁଣେରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି । ୭୯ଟି ଗାଁରେ ଜିକା ଭାଇରସ ଆଶଙ୍କା ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏଥିପାଇଁ ଆଲର୍ଟରେ ରହିଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଁରେ ଗୁଡିକରେ ଜରୁରୀକାଳୀନ ସେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ସ୍ଥଳେ ଘର ଘର ବୁଲି ପରୀକ୍ଷା କରାଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ପୁଣେର ୭୯ଟି ଗାଁରେ ଡେଙ୍ଗୁ ଓ ଚିକେନଗୁନିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ମଶାଙ୍କ ଦ୍ୱାରା ହିଁ ଜିକା ଭାଇରସ ବ୍ୟାପିଥାଏ । ଡେଙ୍ଗୁ ଓ ଚିକେନଗୁନିଆ ମଧ୍ୟ ବ୍ୟାପିଥାଏ ।
ତେଣୁ ଜିକା ଭାଇରସ ବ୍ୟାପିବା ଆଶଙ୍କାକୁ ନେଇ ଜିଲା ମାନଙ୍କରେ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି । ସଫେଇ କାର୍ଯ୍ୟ,ବିଶୋଧନ କରିବା ପ୍ରକି୍ରୟା ଆରମ୍ଭ କରାଯିବ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories