www.samajalive.in
Monday, December 8, 2025
16.1 C
Bhubaneswar

୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାଚ୍ୟୁତ କରିବା ବିରୋଧୀଙ୍କ ଏକସୂତ୍ରୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶର ଶାସନ କ୍ଷମତାରୁ ଭାରତୀୟ ଜନତା ପାର୍ଟିକୁ ହଟାଇବା ସଂପ୍ରତି ବିରୋଧୀ ଦଳଗୁଡିକ ପାଇଁ ଏକସୂତ୍ରୀ କାର୍ଯ୍ୟକ୍ରମ ହୋଇଛି। ବିଗତ ଦିନରେ ବିଭିନ୍ନ ସ୍ଥାନରେ ଏବଂ ବିଭିନ୍ନ ବ୍ୟକ୍ତିବିଶେଷ ଆବାହକତ୍ୱରେ ଏକାଧିକାର ବୈଠକ ବସି ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଭାଜପାକୁ କ୍ଷମତାଚ୍ୟୁତ କରିବା ପ୍ରସଙ୍ଗରେ ସମସ୍ତେ ସହମତ ହେଉଥିବାବେଳେ ଏକଦା ଦୀର୍ଘବର୍ଷ ଧରି ଦେଶରେ ଶାସନ କରିଥିବା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଅନେକ ଦାବି ଉଠାଉଛନ୍ତି। ତାହାହେଲେ କଂଗ୍ରେସର ଭାବମୂର୍ତ୍ତି ସୁଧୁରିବା ସହିତ ବିରୋଧୀଙ୍କ ମଧ୍ୟରେ ଆସ୍ଥାଭାବ ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି। କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଏହା ଚାହୁଁଥିବା ଜଣାଯାଇଛି।

ସୋମବାର ଦିନ କଂଗ୍ରେସର ବରିଷ୍ଠ ନେତା କପିଳ ସିବଲଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଅବସରରେ ସିବଲ ରାତ୍ରଭୋଜିର ଆୟୋଜନ କରିବା ସହିତ ଉକ୍ତ ଭୋଜିକୁ ସମସ୍ତ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିଥିଲେ। ସେଠାରେ ଯୋଗଦେଇଥିବା ନେତୃବୃନ୍ଦ ମୁଖ୍ୟତଃ ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ଏବଂ ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ପରାଜିତ କରିବା ଉପରେ ଦୃଷ୍ଟିନିବଦ୍ଧ କରିବାକୁ ଗୁରୁତ୍ୱ ଦେଇଥିଲେ। ଏଥିସହିତ କଂଗ୍ରେସ ଦଳର ପୁନରୁଦ୍ଧାର ମଧ୍ୟ ଅନ୍ୟତମ ମୁଖ୍ୟ ଆଲୋଚନାର ବିଷୟ ହୋଇଥିଲା। ବୈଠକରେ ଆରଜେଡି ନେତା ଲାଲୁପ୍ରସାଦ ଯାଦବ, ଏନସିପି ମୁଖ୍ୟ ଶରଦ ପୱାର, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଓ ରାମଗୋପାଳ ଯାଦବ, ସିପିଆଇ(ଏମ) ନେତା ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା ଏବଂ କଂଗ୍ରେସ ନେତା ପି ଚିଦମ୍ବରମ୍‍, ଶିବସେନା ନେତା ସଞ୍ଜୟ ରାଉତ, ଆପ୍‍ ନେତା ସଞ୍ଜୟ ସିଂହ, ଟିଏମସି ନେତା କଲ୍ୟାଣ ବାନାର୍ଜୀ ଓ ଡେରେକ ଓ’ବ୍ରିଏନ, ବିଜେଡି ନେତା ପିନାକି ମିଶ୍ର ଓ ଅମର ପଟ୍ଟନାୟକ, ଡିଏମକେ ନେତା ତିରୁଚି ଶିବା ଏବଂ ଟି କେ ଏଲାନଗୋଭାନ, ଆରଏଲଡିର ଜୟନ୍ତ ଚୌଧରୀଙ୍କ ସମେତ ଟିଆରଏସ ଏବଂ ଟିଡିଏସ୍‍ର ନେତାମାନେ ଉପସ୍ଥିତ ଥିଲେ। ଏମାନଙ୍କ ସହିତ ଗୁଲାନ ନବି ଆଜାଦ, ଭୁପିନ୍ଦର ସିଂ ହୁଦା, ଆନନ୍ଦ ଶର୍ମା, ମୁକୁଲ ୱାସନିକ, ପୃଥ୍ୱୀରାଜ ଚୌହାନ, ମନିଶ ତିୱାରି, ଶଶି ଥରୁର ଆଦି କଂଗ୍ରେସ ନେତା ମଧ୍ୟ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ ଏହି କଂଗ୍ରେସ ନେତାମାନେ ଦଳର ସାଂଗଠନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଗତ ବର୍ଷ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖିଥିଲେ।

- Advertisement -

ଉପସ୍ଥିତ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦ ଭାଜପାକୁ ସମାଲୋଚନା କରିବା ସହିତ ଅଭିଯୋଗ କରିଥିଲେ ଯେ ଭାଜପା ଗଣତନ୍ତ୍ରକୁ ନଷ୍ଟ କରିଦେଇଛି ଏବଂ ସମାଜର ଦଳିତ, ଅବହେଳିତ ଓ ଦରିଦ୍ର ବର୍ଗଙ୍କ ନିମନ୍ତେ କିଛି କରିନାହିଁ। ବିଶେଷକରି ମହାମାରୀ ସମୟରେ ସେମାନଙ୍କୁ ଅଣଦେଖା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ। ରାତ୍ରଭୋଜିକାଳୀନ ବୈଠକ ଅବସରରେ ଜଣେ ବିରୋଧୀ ଦଳ ନେତା ମନ୍ତବ୍ୟ ଦେଇଥିଲେ ଯେ ଏହିଭଳି ବୈଠକ ନିୟମିତ ବ୍ୟବଧାନରେ ଆୟୋଜନ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ବିରୋଧୀଙ୍କ ମଧ୍ୟରେ ଏକତାକୁ ଅଧିକ ସୁଦୃଢ କରାଯାଇପାରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories