www.samajalive.in
Tuesday, December 9, 2025
23.1 C
Bhubaneswar

ବିଗ୍‍ ବଜାର ମହାବଚତ୍‍-ଏବେ ଷ୍ଟୋରମଧ୍ୟରେ ଓ ଅନ୍‍ଲାଇନରେ

ଭୁବନେଶ୍ୱର : ସବୁଠାରୁ ପ୍ରିୟ ହାଇପର ମାର୍କେଟ ବ୍ରାଣ୍ଡ୍‍ ବିଗ୍‍ ବଜାର ପୁଣି ନେଇଆସିଛି ବର୍ଷର ସର୍ବବୃହତ ସଞ୍ଚୟକାରୀ ଉତ୍ସବ-ମହାବଚତ୍‍। ଚଳିତ ବର୍ଷ ଦେଶବ୍ୟାପୀ ବିଗ୍‍ ବଜାରର ରହିଥିବା ଷ୍ଟୋରଗୁଡିକ ସହିତ ପ୍ରଥମ ଥର ପାଇଁ ଏହି ବୃହତ କାର୍ଯ୍ୟକ୍ରମ ବିଗ୍‍ ବଜାର ଆପ୍‍ ଏବଂ ଏହାର ବାଣିଜ୍ୟ ସାଇଟରେ ୯ରୁ-୧୫ ଅଗଷ୍ଟ ପର୍ଯ୍ୟନ୍ତ ଅନ୍‍ଲାଇନରେ ପାଳନ କରାଯାଉଛି।
ଏହି ମହାବଚତ୍‍ରେ ୩୦୦୦ ହଜାର ଟଙ୍କାର କିଣାକିଣି ସହିତ ଗ୍ରାହକମାନେ ମାଗଣା ଅଟା, ଡାଲି ଓ ଚାଉଳ ପାଇବାର ଅଫର ଦ୍ୱାରା ସେମାନଙ୍କର ସଞ୍ଚୟ ଦ୍ୱିଗୁଣିତ କରିପାରିବେ ଏବଂ ସେହି ସମୟରେ ଅନ୍ୟ ସମସ୍ତ ବର୍ଗରେ ଶୀର୍ଷସ୍ତରର ଡିଲ୍‍ ଉପଭୋଗ କରିବେ। ମହାବଚତ୍‍ ଗ୍ରାହକମାନଙ୍କୁ ଖାଦ୍ୟ, ଫାଶନ, ଗୃହୋପକରଣ ଓ ଇଲେକ୍‍ଟ୍ରୋନିକ୍ସ ଆଦି ବର୍ଗରେ ସର୍ବବୃହତ ଡିଲ୍‍ ଯୋଗାଇଦେବ ଏବଂ ତାହାସହିତ ଅତିରିକ୍ତ ବ୍ୟାଙ୍କ ରିହାତି ମଧ୍ୟ ପ୍ରଦାନ କରିବ।
ଫ୍ୟୁଚର ଗ୍ରୁପ୍‍, ଡିଜିଟାଲ, ମାର୍କେଟିଂ ଏବଂ ଇ-କମର୍ସର ସିଏମ୍‍ଓ ପୱନ ଶାରଦା କହିଛନ୍ତି, ମହାବଚତ୍‍ ବିଗ୍‍ ବଜାର ଗ୍ରାହକମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଉପାୟରେ ସେବା କରିବାର ଏକ ସୁଯୋଗ ଦେଉଛି। ପ୍ରଥମ ଥର ପାଇଁ ଏହା ବିଗ୍‍ ବଜାର ଆପ୍‍ ଏବଂ ୱେବସାଇଟ ଜରିଆରେ ମଧ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି। ମହାବଚତ୍‍ ସର୍ବଦା ଏକ ବହୁ ପ୍ରତୀକ୍ଷିତ ଏବଂ ପ୍ରିୟ କାର୍ଯ୍ୟକ୍ରମ ହୋଇଛି, ଯାହା ଗ୍ରାହକମାନଙ୍କୁ କେବଳ ବିଗ୍‍ ବଜାର ଷ୍ଟୋରଗୁଡିକୁ ଆକର୍ଷିତ କରୁନାହିଁ, ତାହାସହିତ ନିକଟବର୍ତ୍ତୀ ଅଞ୍ଚଳକୁ ମଧ୍ୟ ଆକର୍ଷିତ କରୁଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୂର ଦୂରାନ୍ତରେ ଥିବା ଗ୍ରାହକମାନେ ମଧ୍ୟ ସେମାନଙ୍କ ଘରେ ଥାଇ ମହାବଚତ୍‍ର ସମସ୍ତ ଫାଇଦା ଉପଭୋଗ କରନ୍ତୁ ବୋଲି ଆମେ ଚାହିଁଥିଲୁ। ଚଳିତ ବର୍ଷ ବିଗ୍‍ ବଜାର ଗ୍ରାହକଙ୍କ ପାଇଁ ସର୍ବବୃହତ ମୂଲ୍ୟଗତ ଅଫର ପ୍ରଦାନ କରାଯାଉଛି- ତାହା ହେଉଛି ଅଟା, ଡାଲି ଓ ଚାଉଳ। ଯାହା ପ୍ରତ୍ୟେକ ରୋଷେଇ ଘରେ ଏକ ମୌଳିକ ଆବଶ୍ୟକତା। ଏଥିସହିତ ଖାଦ୍ୟ, ଫାଶନ, ବାସଗୃହର ଆବଶ୍ୟକତା ଏବଂ ଇଲେକ୍‍ଟ୍ରୋନିକ୍ସ ଆଦି ବର୍ଗରେ ବିପୁଳ ମୂଲ୍ୟଗତ ଡିଲ୍‍ ରହିଛି ଯାହା ଗ୍ରାହକମାନଙ୍କର କିଣାକିଣି ଅନୁଭୂତିକୁ ଏକ ସୁଖଦ ଓ ପରିପୂର୍ଣ୍ଣ କରି ଗଢିତୋଳିବ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories