ସଂକ୍ରମଣ ଖସିବା ସହିତ ବଢୁଛି ଆଶା; ଦିନକରେ ୮୮୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସପରିଲକ୍ଷତ ହେବାପରେ ମହାମାରୀରର ପ୍ରକୋପ କମିବା ଏବଂ ତୃତୀୟ ଲହରକୁ ନେଇ ପ୍ରକାଶ ପାଇଥିବା ଆଶଙ୍କା ହ୍ରାସପାଉଛି। ରାଜ୍ୟରେ ଦିନକ ମଧ୍ୟରେ ୮୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୫୧୨ ଓ ସ୍ଥାନୀୟ ସଂକ୍ରମିତ ୩୭୪ ରହିଛନ୍ତି। ଅନୁଗୁଳ ଜିଲାରୁ ୩୨ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୬୨, ବରଗଡ ୮, ଭଦ୍ରକ ୩୧, ବଉଦ ୨ ଓ କଟକ ଜିଲାରୁ ୮୧ ଚିହ୍ନଟ ହୋଇଛନ୍ତି।

prayash

ସେହିଭଳି ଦେବଗଡରୁ ୨, ଢେଙ୍କାନାଳ ୧୧, ଗଜପତି ୪, ଗଞ୍ଜାମ ୮, ଜଗତସିଂହପୁର ୫୪, ଯାଜପୁର ୬୦, ଝାରସୁଗୁଡା ୩, କଳାହାଣ୍ଡି ୧୧, କନ୍ଧମାଳ ୫, କେନ୍ଦ୍ରାପଡା ୩୩, କେନ୍ଦୁଝର ୧୮ ଓ ଖୋର୍ଦ୍ଧା ଜିଲାରୁ ୨୫୩ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କୋରାପୁଟ ୭, ମାଲକାନଗିରି ୯, ମୟୁରଭଞ୍ଜ ୨୫, ନୟାଗଡ ୨୫ ଓ ପୁରୀରୁ ୫୩ ଚିହ୍ନଟ ହୋଇଛନ୍ତି। ସେହିଭଳି ରାୟଗଡା ୫, ସମ୍ବଲପୁର ୧୫, ସୋନପୁର ୨, ସୁନ୍ଦରଗଡ ୧୨ ଓ ଷ୍ଟେଟପୁଲରୁ ୫୧ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୧୪୬୩ ସୁସ୍ଥ ହୋଇଥିବାବେଳେ ୧୧୪୮୬ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

kalyan agarbati

Comments are closed.