www.samajalive.in
Sunday, December 7, 2025
14.1 C
Bhubaneswar

ତାଲିବାନର କାର୍ଯ୍ୟକଳାପ ତାକୁ ଆନ୍ତର୍ଜାତିକ ସ୍ତରରେ ବୈଧତା ଦେବନାହିଁ: ଆମେରିକା

ୱାଶିଂଟନ: ଆଫଗାନିସ୍ତାନରେ ତାଲିବାନର ଚାଲିଥିବା ନରସଂହାର ଏବଂ ଦମନଲୀଳ ଏହାକୁ ଆନ୍ତର୍ଜାତିକସ୍ତରରେ ବୈଧତା ଦେବନାହିଁ ବୋଲି ଆମେରିକା କହିଛି। ଆଫଗାନ ସରକାରଙ୍କ ଗଣମାଧ୍ୟମ ସୂଚନା କେନ୍ଦ୍ରର ନିର୍ଦ୍ଦେଶକ ଦାୱା ଖାନ୍‍ ମେନାପାଲଙ୍କୁ ତାଲିବାନ ହତ୍ୟା କରିବା ଘଟଣାକୁ ହ୍ୱାଇଟ ହାଉସ ଦୃଢ ଭାବରେ ନିନ୍ଦା କରିଛି। ହ୍ୱାଇଟ ହାଉସ ମୁଖପାତ୍ର ଜେନ ପାସ୍କି କହିଛନ୍ତି ତାଲିବାନ ଏଭଳି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ଜରୁରୀ। ସେହି ଶକ୍ତିକୁ ସେମାନେ ଶାନ୍ତି ପ୍ରକ୍ରିୟାରେ ବିନିଯୋଗ କରିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

ଇତିମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ଦଖଲରେ ଥିବା ଅଞ୍ଚଳଗୁଡିକରେ ସାଧାରଣ ନାଗରିକଙ୍କ ଉପରେ ଅତ୍ୟାଚାର ଏବଂ ନରଂସହାର ଘଟଣା ଘଟୁଥିବା ରିପୋର୍ଟ ହସ୍ତଗତ ହେଉଛି। ଆମେରିକା ପ୍ରଶାସନ ଏହା ଉପରେ କଡା ନଜର ରଖିବା ଏହାକୁ ନେଇ ଗଭୀର ଚିନ୍ତିତ ବୋଲି ପାସ୍କି କହିଛନ୍ତି। ସୂଚନାଯୋଗ୍ୟ ଯେ ତାଲିବାନ ଆତଙ୍କିମାନେ ଶୁକ୍ରବାର ମେନାପାଲଙ୍କୁ ହତ୍ୟା କରିଥିଲେ। ପରେ ତାଲିବାନ ମୁଖପାତ୍ର ଜବିହଉଲ୍ଲା ମୁଜାହିଦ ଏକ ବିବୃତି ଜାରି କରି କହିଥିଲେ ଯେ ମେନାପାଲଙ୍କୁ ମୁଜାହିଦ୍ଦିନମାନେ ହତ୍ୟା କରିଛନ୍ତି ଏବଂ ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି।

- Advertisement -

ଏହା ପୂର୍ବରୁ ଆମେରିକା ସ୍ପଷ୍ଟ କରିଦେଇଥିଲା ଯେ ଆଫଗାନିସ୍ତାନକୁ ସାମରିକ ବାହିନୀ ଦଖଲ କରିବା ଅଥବା ତାଲିବାନ ସେଠାରେ ଶାସନକୁ ଫେରିବା ବିଷୟକୁ ଆନ୍ତର୍ଜାତିକ ସମୁଦାୟ ଗ୍ରହଣ କରିବେନାହିଁ। ଦେଶରେ ଏଭଳି ବିପର୍ଯ୍ୟୟ ପାଇଁ ଜାତିସଂଘର ଜଣେ ତୁଙ୍ଗ ଅଧିକାରୀ ସତର୍କ କରାଇ ଦେଇ କହିଛନ୍ତି ଯେ ଏହାର ପରିଣତି ଆଫଗାନ ସୀମା ବାହାରେ ଅନ୍ୟ ରାଷ୍ଟ୍ର ଉପରେ ମଧ୍ୟ ପଡିବ।

ଇତିମଧ୍ୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ତାଲିବାନ ଗଣହିଂସା, ନାରକୀୟ କାଣ୍ଡ ଘଟାଇ ବୈଧତା ହାସଲ କରିପାରିବ ନାହିଁ। ଶୁକ୍ରବାର ତାଲିବାନ ଆତଙ୍କି ନିମ୍ରୋଜ ପ୍ରଦେଶର ରାଜଧାନୀ ଦଖଲ କରିବା ପରେ ଆଗକୁ ମାଡି ଚାଲିଛନ୍ତି। ତୋଲୋ ନ୍ୟୁଜ ସୂତ୍ରରୁ ଜଣାଯାଇଛି ଯେ ଆତଙ୍କିମାନେ ଉକ୍ତ ସହର ଦଖଲ କରିବା ପରେ ସରକାରୀ ସମ୍ପତ୍ତିର ବ୍ୟାପକ ଲୁଟତରାଜ କରିଛନ୍ତି। ସେଠାରେ ସେମାନେ ନିର୍ମମ ଭାବରେ ପ୍ରାୟ ୩୦ ଜଣ ଆଫଗାନ ସୈନ୍ୟଙ୍କୁ ହତ୍ୟା କରିଥିବା ଖବର ମଧ୍ୟ ହସ୍ତଗତ ହୋଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories