www.samajalive.in
Tuesday, December 9, 2025
26.1 C
Bhubaneswar

ମୁମ୍ବଇରେ ବୋମା ଆତଙ୍କ; ୩ଟି ଷ୍ଟେସନ ଓ ଅମିତାଙ୍କ ବାସଭବନରେ ସୁରକ୍ଷା କଡାକଡି

ମୁମ୍ବଇ: ଶୁକ୍ରବାର ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ପୁଲିସକୁ ଫୋନ କରି ବୋମା ଖଞ୍ଜାଯାଇଥିବା ଧମକ ଦେବାପରେ ମହାନଗରର ତିନିଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁମ୍ବଇ ପୁଲିସର ନିୟନ୍ତ୍ରଣ କକ୍ଷକୁ ଆସିଥିବା ଏହି ଫୋନ କଲ୍‍ ରେ ଏହି ଚାରିଟି ସ୍ଥାନରେ ବିସ୍ଫୋରକ ଖଞ୍ଜାଯାଇଥିବା କୁହାଯାଇଥିଲା। ପୁଲିସ ତୁରନ୍ତ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ବୋମାର ସନ୍ଧାନ ମିଳିନଥିଲା।
ଫୋନ କରିଥିବା ବ୍ୟକ୍ତିଜଣକ ମୁମ୍ବଇର ଛତ୍ରପତି ଶିବାଜୀ ଟର୍ମିନଓ (ସିଏସଏମଟି), ବାଇକୁଲା, ଦାଦର ରେଳ ଷ୍ଟେସନ ଏବଂ ଅମିତାଭ ବଚନଙ୍କ ଜୁହୁସ୍ଥିତ ବଙ୍ଗଳାରେ ବୋମା ଖଞ୍ଜାଯାଇଥିବା ଧମକ ଦେଇଥିଲେ। ଏହି କଲ୍‍ ପାଇବା ପରେ ସରକାରୀ ରେଳବାଇ ପୁଲିସ, ରେଳ ସୁରକ୍ଷା ବଳ, ବୋମା ନିଷ୍କ୍ରିୟକାରୀ ଦଳ ସନ୍ଧାନୀ କୁକୁର ଏବଂ ସ୍ଥାନୀୟ ଥାନା ଅଧିକାରୀଙ୍କ ସହିତ ଏହି ସ୍ଥାନଗୁଡିକ ଯାଞ୍ଚ କରିଥିଲେ। ତେବେ ତାହା ମିଛ ଜଣାପଡିବା ପରେ କଲ୍‍ କରିଥିବା ବ୍ୟକ୍ତି ଏବଂ ସ୍ଥାନ ସର୍ମ୍ପକରେ ଜାଣିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories