bjd gruha runa

ରାଜ୍ୟରେ ଆଉ ୬୬ କରୋନା ରୋଗୀଙ୍କ ମୃତ୍ୟୁ

BJD Bijuli 480×75 Mob

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୬୬ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ କଟକରୁ ୧୧, ଗଞ୍ଜାମରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ବାଲେଶ୍ୱର ୬, ଅନୁଗୁଳ ୪ ଓ କେନ୍ଦୁଝର ଜିଲାରେ ୩ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ବଲାଙ୍ଗିର, ମୟୁରଭଞ୍ଜ ଏବଂ ପୁରୀରେ ୨ ଜଣ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଭଦ୍ରକ, ଝାରସୁଗୁଡା, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୬୩୦୨କୁ ବୃଦ୍ଧିପାଇଛି।

Comments are closed.