ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଲା ଓଆଇସି; ସ୍ୱତନ୍ତ୍ର ପାହ୍ୟା ପୁନଃ ବାହାଲ କରିବାକୁ କହିଲା

ଭାରତର ଦୃଢ ନିନ୍ଦା; ଏଭଳି ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ଦ୍ୱିତୀୟ ବର୍ଷ ପୂରଣ ହୋଇଥିବାବେଳେ ଇସଲାମୀୟ ସହଯୋଗ ସଂଗଠନ (ଓଆଇସି) ଏହି ପ୍ରସଙ୍ଗ ଉଠାଇଛି। ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ପାହ୍ୟା ପୁନଃ ଅବସ୍ଥାପିତ କରିବାକୁ ଏହା ମତ ଦେଇଛି। ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭାରତ ସରକାର। ଦେଶର ବୈଦେଶିକ ମନ୍ତ୍ରଣାଳୟର ଓଆଇସିର ଏଭଳି ବକ୍ତବ୍ୟକୁ ଦୃଢ ନିନ୍ଦା କରିବା ସହିତ ଓଆଇସି ଏଥିରୁ ବିରତ ରହିବାକୁ କୁହାଯାଇଛି। କିଛି ନ୍ୟସ୍ତସ୍ୱାଥଁ ଗୋଷ୍ଠୀ ଏହାର ମଞ୍ଚ ଯେଭଳି ବ୍ୟବହାର ନକରିବେ, ସେଥିପ୍ରତି ସତର୍କ ରହିବାକୁ ଭାରତ କହିଛି। ଏଥିସହିତ ଭାରତ ଦୃଢତାର ସହିତ ଜଣାଇ ଦେଇଛି ଯେ ଜମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ତାହାର ଆଭ୍ୟନ୍ତରୀଣ ବ୍ୟାପାର।

prayash

ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ମତ ରଖିବାର ଅଧିକାର ଓଆଇସିର ନାହିଁ। ତାହାର ଏଭଳି ମନ୍ତବ୍ୟ ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ସୂଚନାଯୋଗ୍ୟ ଯେ ଓଆଇସିର ସଚିବାଳୟ ପକ୍ଷରୁ ଜମ୍ମୁ କାଶ୍ମୀରରେ ୨୦୧୯ ଅଗଷ୍ଟ ୫ ତାରିଖ ପୂର୍ବାବସ୍ଥା ଫେରାଇ ଆଣିବାକୁ ଏକ ବିବୃତିରେ କୁହାଯାଇଛି। ଏହା ଇସଲାମୀୟ ରାଷ୍ଟ୍ରଗୁଡିକର ଏକ ସଂଗଠନ ଭାବରେ କାର‌୍ୟ୍ୟ କରୁଛି।

kalyan agarbati

Comments are closed.