www.samajalive.in
Sunday, December 14, 2025
23.1 C
Bhubaneswar

ବାଲିବନ୍ଧରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ

ଝୁମ୍ପୁରା: ବିଜୁ ଜନତା ଦଳର ଜିଲା ସଭାପତି ମାଧବ ସର୍ଦ୍ଦାର ନିର୍ଦ୍ଦେଶ କ୍ରମେ ଝୁମ୍ପୁରା ବ୍ଲକ ବିଜୁ ଜନତାଦଳ ସଭାପତି କଫିଲ ଆନସାରୀଙ୍କ ସଭାପତିତ୍ୱରେ ବାଲିବନ୍ଧ ଠାରେ ପଞ୍ଚାୟତସ୍ତରୀୟ ବିଜୁ ଜନତା ଦଳର କର୍ମୀ ସମ୍ମିଳନି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତ କର୍ମୀ ସମ୍ମିଳନିରେ ବିଜୁ ଜନତା ଦଳର ସାଧାରଣ ସଂପାଦକ ବିପିନ ବିହାରୀ ଆପଟ, ବାଲିବନ୍ଧ ପଞ୍ଚାୟତ ସଭାପତି ରମେଶ ମାଝି, ସୁବାଷ ମହାନ୍ତ, ବିଜୟ ପ୍ରଧାନ, ପ୍ରଫୁଲ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା କର୍ମୀ ମାନେ କହିଲେ ବର୍ତ୍ତମାନ ଠାରୁ ଦଳକୁ ତୃଣମୂଳ ସ୍ଥଳରେ ସୁଦୃଢ କରିବା ପାଇଁ ସମସ୍ତ କର୍ମୀଙ୍କ ମଧ୍ୟରେ ଆଲୋଚନା ଆବଶ୍ୟକ ନିତ୍ୟାନ୍ତ ଆବଶ୍ୟକ ପଡୁଛି। ରାଜ୍ୟ ସରକାର ଗରିବ ତଥା ଅସହାୟ ଲୋକ ମାନଙ୍କୁ ପାଇଁ କରିଥିବା ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ଯୋଜନାରେ ସାମିଲ କରିବା ଦିଗରେ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ବ୍ଲକ ସଭାପତି ପରାମର୍ଶ ଦେଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ସୁଦୃଢ କରିବା ଦିଗରେ ସମସ୍ତ କର୍ମୀ କାମ କରିବାକୁ ନିବେଦନ କରିଥିଲେ। ଏହି କର୍ମୀ ସମ୍ମିଳନୀରେ ପଞ୍ଚାୟତର ସଂଖ୍ୟାଧିକ କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories