ବର୍ଷାଭାଵ ବେଳେ ପୋଖରୀ ପାଣି ଚାଷୀଙ୍କ ମୁହଁରେ ଫୁଟାଇଲା ହସ

ପାତ୍ରପୁର: ପାତ୍ରପୁର ଅଞ୍ଚଳରେ ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ଧାନ ରୁଆ କାର୍ଯ୍ୟ ଆଗେଇ ପାରିନାହିଁ। ଏପରିକି ବର୍ଷା ଅଭାବ ଯୋଗୁଁ ବହୁ ସ୍ଥାନରେ ତଳି ବଞ୍ଚେଇବାକୁ ଚାଷୀ ଅହ ରହ ଉଦ୍ୟମ ଜାରି କରିଛନ୍ତି। ଏହିଭଳି ସ୍ଥିତିରେ ମନରେଗା ଯୋଜନାରେ କାର୍ୟ୍ୟ ହୋଇଥିବା ଏକ ପୋଖରୀ ୧୫ ଚାଷୀଙ୍କ ଜମିକୁ ପାଣି ଯୋଗାଇ ମୁହଁରେ ହସ ଫୁଟେଇଛି । ଏହିଭଳି ଘଟଣା ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଂଚାୟତ ମୁକୁନ୍ଦପୁର ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଖାରିଆଗୁଡ଼ା ବାଘଲଟି ପ୍ରକଳ୍ପକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭଗ ରାସ୍ତା ତଳ ଅଂଶରେ ଏହି ଚାଷ ଜମି ରହିଛି। ଏହି ଜମିକୁ ପାଣିର ସୁବିଧା ନଥିବା ଯୋଗୁଁ ସବୁବେଳେ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି। ତେବେ ଗ୍ରାମର ପଙ୍ଗୁଳା ପାହାଡ଼ ତଳ ଅଂଶରେ ଗୋଟିଏ ପୋଖରୀ ଭୁବନା ବନ୍ଧ ରହିଛି। ପର୍ବତରେ ବର୍ଷା ହେଲେ ଏହି ପୋଖରୀକୁ ପାଣି ଆସି ତଳକୁ ଚାଲି ଯାଉଥିଲା। ତେବେ ଏହି ପୋଖରୀକୁ ମନରେଗା ଯୋଜନାରେ ଗତ କିଛିବର୍ଷ ହେଲା କାମ ହୋଇଥିଲା। ତେବେ ପୋଖରୀରୁ ପାଣି ଠିକ ଭାବେ ନିଷ୍କାସନ ପାଇଁ ସୁଵିଧା ନଥିଲା । ଯାହାକୁ ନେଇ ଗତ ବର୍ଷ ନିର୍ଗମ ପଥରେ ଦୁଇଶହ ଗେଟ ନିର୍ଗମନ ହେବା ପରେ ପାଣି ଠିକ ଭାବେ ଛାଡିବା ସମ୍ଭବ ହୋଇଥିଲା।

prayash

ଚଳିତ ବର୍ଷ ଗତ ମାସରେ ବର୍ଷା ହେବା ଫଳରେ ଏହି ପୋଖରୀରେ ପାଣି ଜମି ଥିଲା। ତେବେ ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ପୋଖରୀ ତଳ ଅଂଶର ଚାଷୀ ଧାନ ରୁଆ କାର୍ୟ୍ୟ ଆରମ୍ଭ କରିପାରି ନଥିଲେ। ଏହା ପରେ ପୋଖରୀ ର ଦୁଇସ ଗେଟ ଖୋଲି ପାଣି ମଡ଼ାଇ ରୁଆ କାର୍ୟ୍ୟ ଆରମ୍ଭ କରିଛନ୍ତି। ଏବେ ଗ୍ରାମର ଏମ ବାସୁ, ଏମ ଇଗିନି, ଗୁଣ୍ଡିଚା ସାହୁ, ଏମ ବାବୁ, ବାସୁ ସାହୁ, ଗଣପତି ସାହୁ, ରଘୁ ନାଥସାହୁ, ନରସିଂହ କୁଣ୍ଡ, ବିଜୟ କୁଣ୍ଡ, ବାଳକୃଷ୍ଣ କୁଣ୍ଡ, ଜୁର ସେଠୀ, ସୀମାଞ୍ଚଲ ସେଠୀ, ପ୍ରମୁଖ ୧୫ ଜଣ ଚାଷୀ ଧାନ ରୁଆ କାର୍ୟ୍ୟ ଆରମ୍ଭ କରିଛନ୍ତି। ଖାରିଆଗୁଡ଼ା ପଂଚାୟତ ଅଧୀନରେ ଏହି କାର୍ୟ୍ୟ ହୋଇ ଥିବା ବେଳେ ଯୁବ ନେତା ଭବାନୀ ଶଙ୍କର ପ୍ରଧାନ ଙ୍କ ତତ୍ୱ।ବଧାନରେ ଗ୍ରାମର ଚାରିଜଣ ଯୁବକ ସମ୍ପାଦନା କରୁଛନ୍ତି।ତେବେ ଚାଷୀମାନେ ପାଣି ଅଭାବ ଯୋଗୁଁ ଧାନ ଚାଷ କରି ବିଭିନ୍ନ ସମୟରେ ମରୁଡ଼ିର ଶିକାର ହୋଇ ଅସୁବିଧା ଭୋଗୁଥିବା ବେଳେ ଏବେ ପୋଖରୀ ପାଣି ଯୋଗୁଁ ଫସଲ ହେବା ଆଶା ବ।ନ୍ଦିଥିବା ପ୍ରକାଶ କରିଛନ୍ତି।

kalyan agarbati

Comments are closed.