www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟ ପ୍ରସ୍ତୁତ କରିବେ ନିଜସ୍ବ ଓବିସି ତାଲିକା

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକ ନିଜସ୍ବ ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତା ଫେରି ପାଇବେ। ଏ ନେଇ ସମ୍ବିଧାନ ସଂଶୋଧନ ବିଧେୟକ ସଂସଦରେ ଆଗତ କରାଯିବ। ଏହି ସମ୍ବିଧାନ ସଂଶୋଧନ ବିଧେୟକ ଆଗତକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ପୂର୍ବରୁ ରାଜ୍ୟ ସରକାରଗୁଡିକ ସାମାଜିକ ଓ ଶିକ୍ଷା ପଛୁଆ ବର୍ଗ (ଏସଇବିସି) ତାଲିକା ପ୍ରସ୍ତୁତ ପୂର୍ବକ ସରକାରୀ ଚାକିରି ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ପ୍ରଦାନ କରିଆସୁଥିଲେ। ତେବେ ୨୦୧୮ରେ ହୋଇଥିବା ୧୦୨ ସମ୍ବିଧାନ ସଂଶୋଧନ ଆଇନ ଅନୁଯାୟୀ ରାଜ୍ୟ ସରକାରଗୁଡିକ ଏହି କ୍ଷମତା ହରାଇଛନ୍ତି। ଫଳରେ ରାଜ୍ୟ ସରକାର ଏସଇବିସି ତାଲିକାରେ ନୂଆ ଜାତିକୁ ସାମିଲ କରିପାରୁ ନାହାନ୍ତି। ଏହି କ୍ଷମତା ଏବେ ଜାତୀୟ ପଛୁଆ ବର୍ଗ ଆୟୋଗ (ଏନସିବିସି)ଙ୍କ ନିକଟରେ ନ୍ୟସ୍ତ ରହିଛି। ଏନ୍‌ସିବିସି କୌଣସି ଜାତିକୁ ଏସଇବିସି ଚିହ୍ନଟ କରିବାର କ୍ଷମତା ପାଇଛି ଓ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିବେ। ସଂସଦ ମଧ୍ୟ ଏହି ଏସ୍‌ସିବିସି ତାଲିକାକୁ ପରିବର୍ତ୍ତନ କରିପାରିବେ। ବିରୋଧୀ ଦଳଗୁଡ଼ିକ ଏହାକୁ ସମାଲୋଚନା କରିଆସୁଛନ୍ତି। ସମାଲୋଚନା ପରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଆଇନର ସମୀକ୍ଷା ଆବେଦନ କରିଥିଲେ। ମେ ୫ରେ ଅଦାଲତ ଏହାକୁ ଅଗ୍ରାହ୍ୟ କରିଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories