www.samajalive.in
Wednesday, December 10, 2025
16.1 C
Bhubaneswar

ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କରୋନା ସହାୟତା; ଏକଲକ୍ଷ ଚାଷୀଙ୍କୁ ମିଳିଲା ୧୧ କୋଟି ଟଙ୍କା

ଭୁବନେଶ୍ୱର : ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କରୋନା ସହାୟତା’ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଏକଲକ୍ଷ ଦୁଗ୍ଧ ଚାଷୀ ୬ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସେମାନଙ୍କୁ ମୋଟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ଓମଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨ଲକ୍ଷ ୬୩ ହଜାର ଦୁଗ୍ଧ ଚାଷୀ ଦୁଗ୍ଧ ଉତ୍ପାଦନ କରୁଛନ୍ତି। ଏଥିରେ ୧୨୯୨ ମହିଳା ସମବାୟ ସମିତି ରହିଛି ଏବଂ ୧ଲକ୍ଷ ୫ହଜାର ମହିଳା ଚାଷୀ ମଧ୍ୟ ଦୁଗ୍ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି। ସ୍ୱତନ୍ତ୍ର କରୋନା ସହାୟତା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲିମ୍ପିକରେ ଭାରତର ସଫଳତା ପାଇଁ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇ ଦଳର ଅନନ୍ୟ ସଫଳତା ପାଇଁ ଆମେ ଗର୍ବିତ ବୋଲି କହିଥିଲେ।
ସେ କହିଥିଲେ, ରାଜ୍ୟ ସରକାର ସବୁବେଳେ ଗରିବଙ୍କ ସହ ଅଛନ୍ତି। ସେମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କାମ କରୁଛନ୍ତି। ଗରିବ ଲୋକଙ୍କ ଉପରେ କରୋନା ମହାମାରୀର ପ୍ରଭାବ କମ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, କ୍ଷୁଦ୍ର ଚାଷୀ ଓ ମିଶନ ଶକ୍ତିର ମା’ମାନଙ୍କ ବ୍ୟାଙ୍କ ଖାତାରେ ୨ହଜାର କୋଟିରୁ ଅଧିକ ଟଙ୍କା ଜମା କରିଛନ୍ତି। ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଏହା ସେମାନଙ୍କ ରୋଜଗାର ବଢ଼ାଇବା ସହ ଗ୍ରାମ୍ୟ ଅର୍ଥନୀତିକୁ ଚଳଚଞ୍ଚଳ କରିଥାଏ। ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ୫-ଟି ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳ ମନ୍ତ୍ର ବୋଲି ପ୍ରକାଶ କରି ଏହାର ପ୍ରୟୋଗ ଦ୍ୱାରା ରାଜ୍ୟରେ ପ୍ରାଣୀ ସମ୍ପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସି ପାରିଥିବା କହିଥିଲେ।
ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଚାଷୀ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ତିନିଜଣ ଚାଷୀ ବରଗଡ଼ରୁ ସତ୍ୟବତୀ ସାହୁ, ନବରଙ୍ଗପୁରରୁ ଖୋକନ ବିଶ୍ୱାସ ଓ କଟକରୁ ବିଜୟଲକ୍ଷ୍ମୀ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ୱତନ୍ତ୍ର ସହାୟତା ପାଇଁ କୃତଜ୍ଞତା ଜଣାଇଥିଲେ। ଆଲୋଚନାରେ ଭାଗ ନେଇ ସେମାନେ ରାଜ୍ୟ ସରକାର ଦୁଗ୍ଧ ଚାଷ ପାଇଁ ଗୋଖାଦ୍ୟ, ଔଷଧ, କ୍ୟାଲସିୟମ, ମିନେରାଲ ମିକ୍ସଚର ଆଦି ଅନେକ ପ୍ରକାର ସହାୟତା ଦେଉଥିବା କହିଥିଲେ। ଦୁଗ୍ଧ ଚାଷ ଦ୍ୱାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସହ ସେମାନେ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେଇପାରିଥିବା ଏବଂ ଖଣ୍ଡେ ଖଣ୍ଡେ ଘର କରିପାରିଥିବା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ। ମତ୍ସ୍ୟ ଓ ପଶୁସମ୍ପଦ ସଚିବ ,ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ ଆୟୁକ୍ତଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ସଚିବମାନେ ଉପସ୍ଥିତ ଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories