www.samajalive.in
Monday, December 15, 2025
16.1 C
Bhubaneswar

କଏଦୀଙ୍କ ପିଛା ସର୍ବାଧିକ ଖର୍ଚ୍ଚ କରୁଛି ଡାମନ ଓ ଡିଉ

ନୂଆଦିଲ୍ଲୀ : ଭାରତୀୟ ଜେଲଗୁଡିକରେ କଏଦୀଙ୍କ ଜୀବନ ଯାପନ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଆସୁଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା (୨୦୧୬-୧୭) ଅନୁଯାୟୀ କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଓ ଡିଉ ପ୍ରତି କଏଦୀଙ୍କ ପିଛା ବର୍ଷକୁ ୩୨,୦୦୦ ଟଙ୍କା ଖର୍ଚ୍ଚ କରୁଥିବାବେଳେ ତେଲେଙ୍ଗାନା ସର୍ବନିମ୍ନ ୧୯୯୭ ଟଙ୍କା ଖର୍ଚ୍ଚ କରୁଛି। ରାଜ୍ୟର ଟିକସଦାତାଙ୍କ ଅର୍ଥରୁ କଏଦୀମାନଙ୍କ ଖାଦ୍ୟପେୟ, ପୋଷାକ, ଔଷଧ, ଶିକ୍ଷା ଖର୍ଚ୍ଚ ବହନ କରାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ହେଉଛି ଡାମନ ଓ ଡିଉରେ ମାତ୍ର ୧୧୪ ଜଣ କଏଦୀ ଥିବାବେଳେ ସେମାନଙ୍କ ପାଇଁ ମୁଣ୍ଡପିଛା ୩୨,୦୦୦ ଟଙ୍କା ଖର୍ଚ୍ଚ କରାଯାଇଛି। ଡାମନ, ଡିଉ ପଛକୁ ଗୋଆ ଓ ଦିଲ୍ଲୀ ଏହି ତାଲିକାରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ଅଧିକାଂଶ ରାଜ୍ୟ କଏଦୀଙ୍କ ପିଛା ବର୍ଷକୁ ୪୦୦୦ରୁ ୮୦୦୦ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡିଛି। ନବଗଠିତ ତେଲେଙ୍ଗାନାରେ ୭୦,୨୩୨ ଜଣ କଏଦୀ ଥିବାବେଳେ ରାଜ୍ୟ ସରକାର ମୁଣ୍ଡପିଛା ୧୯୯୭ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟ ଏକ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ୫୦ରୁ କମ କଏଦୀ ଥିବାବେଳେ ସେଠାରେ ମୁଣ୍ଡପିଛା ୨୧୦୦ ଟଙ୍କା ଖର୍ଚ୍ଚ କରାଯାଉଛି। ଆତଙ୍କବାଦ ପ୍ରବଣ ଜାମ୍ମୁ କାଶ୍ମୀରରେ କଏଦୀଙ୍କ ପିଛା ବର୍ଷକୁ ୮୫୦୦ ଟଙ୍କା ଖର୍ଚ୍ଚ କରାଯାଉଛି। ଉତ୍ତର ପ୍ରଦେଶରେ ଦେଶର ସର୍ବାଧିକ ୩.୬ ଲକ୍ଷ କଏଦୀ ରହିଛନ୍ତି। ଏଠାରେ ପ୍ରତି କଏଦୀଙ୍କ ପାଇଁ ବର୍ଷକୁ ୬୮୬୮ ଟଙ୍କା ଖର୍ଚ୍ଚ କରାଯାଇଛି। ଉତ୍ତର ପ୍ରଦେଶ ପଛକୁ ମଧ୍ୟପ୍ରଦେଶ ଓ ବିହାରରେ ଯଥାକ୍ରମେ ୧.୭ ଲକ୍ଷ ଓ ୧.୫ ଲକ୍ଷ କଏଦୀ ରହିଛନ୍ତି।

କଏଦୀଙ୍କ ଖାଦ୍ୟପେୟ ପାଇଁ ସବୁଠାରୁ ଅଧିକ ଅର୍ଥ ବ୍ୟୟ ହେଉଥିବା ଏହି ରିପୋର୍ଟରୁ ଜଣାପଡିଛି। ଉତ୍ତର ପ୍ରଦେଶରେ କଏଦୀଙ୍କ ଖାଦ୍ୟପେୟ ପାଇଁ ବର୍ଷକୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ପଛକୁ ବିହାର (୯୪.୨୬ କୋଟି) ଓ ମଧ୍ୟପ୍ରଦେଶରେ (୬୬.୧୭ କୋଟି) ଏ ବାବଦ ଖର୍ଚ୍ଚ ଅଧିକ ବୋଲି ଜଣାପଡିଛି। ଲାକ୍ଷାଦ୍ୱୀପ ସବୁଠାରୁ କମ ବର୍ଷକୁ ୫୦,୦୦୦ ଟଙ୍କା କଏଦୀଙ୍କ ଖାଦ୍ୟପେୟରେ ଖର୍ଚ୍ଚ କରୁଛି।

- Advertisement -

କଏଦୀଙ୍କ ପୋଷାକପତ୍ର ପାଇଁ ମଧ୍ୟପ୍ରଦେଶ ସବୁଠାରୁ ଅଧିକ ୬.୬ କୋଟି ଖର୍ଚ୍ଚ କରୁଥିବାବେଳେ ବିହାର ୨.୮୨ କୋଟି, ଝାଡ଼ଖଣ୍ଡ ୨.୩୧ କୋଟି ଓ ପଞ୍ଜାବ ୨ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏ ପ୍ରସଙ୍ଗରେ ହିମାଚଳ ପ୍ରଦେଶ ସବୁଠାରୁ କମ ୧.୨ ଲକ୍ଷ, ମେଘାଳୟ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ପ୍ରକାଶ। ଦିଲ୍ଲୀରେ କଏଦୀଙ୍କ ଡାକ୍ତରୀ ଖର୍ଚ୍ଚ ସବୁଠାରୁ ଅଧିକ ବୋଲି ଜଣାପଡିଛି। କଏଦୀଙ୍କ ସ୍ୱାସ୍ଥ୍ୟସେବା ବାବଦରେ ଦିଲ୍ଲୀ ସବୁଠାରୁ ଅଧିକ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଉତ୍ତର ପ୍ରଦେଶ ୧୦ କୋଟି ଓ ଛତିଶଗଡ ୪.୬ କୋଟି ଖର୍ଚ୍ଚ କରୁଛନ୍ତି। ତେବେ କଏଦୀଙ୍କ ଶିକ୍ଷା ବାବଦରେ ଏତେଟା ଖର୍ଚ୍ଚ କରାଯାଉନାହିଁ। ୧୦ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳ କଏଦୀଙ୍କ ଶିକ୍ଷା ବାବଦରେ ଏକ ଟଙ୍କା ମଧ୍ୟ ଖର୍ଚ୍ଚ କରୁନଥିବା ଜଣାପଡିଛି। ଏ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସବୁଠାରୁ ଅଧିକ ୧.୨ କୋଟି ଖର୍ଚ୍ଚ କରୁଥିବାବେଳେ ଦିଲ୍ଲୀ ମାତ୍ର ୬୦,୦୦୦ ଟଙ୍କା ଖର୍ଚ୍ଚ କରୁଛି। କଏଦୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ସର୍ବାଧିକ ୧୪ କୋଟି ଖର୍ଚ୍ଚ କରୁଥିବା ରିପୋର୍ଟରୁ ଜଣାପଡିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories