www.samajalive.in
Sunday, December 7, 2025
26.1 C
Bhubaneswar

ବିବାହ ଭୋଜି ସମୟରେ ଆକାଶରୁ ଖସିଲା ମୃତ୍ୟୁ ; ଚାଲିଗଲା ୧୭ ଜୀବନ

ଢାକା : ଏମିତି ମଧ୍ୟ ମୃତ୍ୟୁ  ଆସେ । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବିବାହ ଆୟୋଜନ ଚାଲିଥିବା ସମୟରେ ଆକାଶରୁ ଖସିଲା ମୃତ୍ୟୁ , ଚାଲିଗଲା ୧୭ ଜଣଙ୍କ ଜୀବନ । ଏଭଳି କି ବର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ବାଂଲାଦେଶର ଶିବଗଞ୍ଜ ଠାରେ ଘଟିଛି । ଏଠାରେ ନଦୀରେ ଭାସୁଥିବା ଅବସ୍ଥାରେ ଏକ ଡଙ୍ଗାରେ ଜଣେ ବ୍ୟକ୍ତିଙ୍କ ବିବାହ ଭୋଜି ଚାଲିଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଲଗାତାର ବିଜୁଳି ଆଘାତରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । କିଛି ଲୋକେ ଆହତ ମଧ୍ୟ ହୋଇଛନ୍ତି । ଶିବଗଞ୍ଜ ଠାରେ ଏକ ବାହାଘରର ପାର୍ଟି ଚାଲିଥିବା ସମୟରେ ସଭିଁଙ୍କ ଖୁସି କିଛି ସମୟ ମଧ୍ୟରେ ଗଭୀର ଦୁଃଖରେ ପରିଣତ ହୋଇଯାଇଥିଲା ।
ସୂଚନା ଅନୁଯାୟୀ, ବାହାଘରରେ ସାମିଲ ହୋଇଥିବା ଲୋକମାନେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଏକ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟସ୍ଥଳକୁ ଯାଉଥିଲେ । ମାତ୍ର ସେହି ସମୟରେ ଏକାଧିକ ବିଜୁଳି ମାଡ ହୋଇଥିଲା । ବିଜୁଳି ମାଡ଼ରେ ୧୭ ଜଣଙ୍କର ମୃତ୍ୟୁ ସହ ବର ଗୁରୁତର ଆହତ ହୋଇଥିଲେ । ଉକ୍ତ ସମୟରେ କନ୍ୟା ସେଠାରେ ଉପସ୍ଥିତ ନଥିବାରୁ ସେ ବର୍ତ୍ତି ଯାଇଥିବା ନେଇ ସୂଚନା ମିଳିଛି ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories