ଆଠଗଡ: ଆଠଗଡ ସୀମାବର୍ତ୍ତୀ ବାଙ୍କୀ ବ୍ଲକ ଅନ୍ତର୍ଗତ ଘୋଳପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ଶନିବାର ବିଳମ୍ବିତ ରାତ୍ରିରେ ଅଜଣା ଯନ୍ତୁ ଆକ୍ରମଣରେ ଶୋଇଥିବା ମେଣ୍ଢାପଲଙ୍କ ମଧ୍ୟରୁ ୧୨ଟି ମେଣ୍ଢା ମରିଯାଇଥିବା ଜଣାପଡିଛି। ଘୋଳପୁର ଗ୍ରାମର ଜଳଧର ବେହେରାଙ୍କ ଗୁହାଳରେ ଏପରି ଏକ ଅଭାବନୀୟ ଘଟଣା ଦେଖି ସକାଳେ ସେ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ। ଜଣେ ଗରିବ ଲୋକଙ୍କର ଏପରି ଏକ କାଳୀନ ଏତେ ମେଣ୍ଢାଙ୍କ ମୃତ୍ୟୁ ଯୋଗୁଁ ତାଙ୍କର ଆର୍ôଥକ ମେରୁଦଣ୍ଡ ଭାଙ୍ଗିଯାଇଛି। ଘଟଣାର ଉପଯୁକ୍ତ ଅନୁସନ୍ଧାନ କରି ବନବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ତାଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Popular Categories



