www.samajalive.in
Sunday, December 14, 2025
14.1 C
Bhubaneswar

କାଠ ମାଫିଆଙ୍କ ଆକ୍ରମଣରେ ପରିବେଶବିତ୍ ଲହୁଲୁହାଣ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ମେଘା ପଞ୍ଚାୟତ ଅଧିନ ଧୁରୁକୁଡିଆ ଗ୍ରାମରେ ଶନିବାର ରାତିରେ କାଠମାଫିଆଙ୍କ ଆକ୍ରମଣରେ ଜଣେ ପରିବେଶବିତ୍ ତଥା ବିଜେପିର ମିଡିଆ ସେଲ୍ ସଂଯୋଜକ ନିର୍ମଳ ପତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଶ୍ରୀ ପତ୍ରୀଙ୍କ ଉପରେ ସଂପୃକ୍ତ କାଠମାଫିଆ ବନବିଭାଗର ସୂଚନାଦାତା ଭାବେ ସନ୍ଦେହ କରି ଏକାଧିକବାର ମରଣାନ୍ତକ ଆକ୍ରମଣ କରିଥିଲେ। ଶନିବାର ନିର୍ମଳ ମେଘା ଅଞ୍ଚଳର ମହାନଦୀ କୂଳବର୍ତ୍ତି ଜଗନ୍ନାଥ ବନ ପ୍ରକଳ୍ପର ଗଛସବୁ ଅନୁଧ୍ୟାନ କରିବାକୁ ଯାଇଥିବାବେଳେ ଧୁରୁକୁଡିଆ ଗ୍ରାମର ଚୋରାକାଠ ବେପାରୀ ପ୍ରଭାକର ଦାସ ଓ ଅନ୍ୟ କେତେକ ଲୋକଙ୍କ ସହାୟତାରେ ବହୁ ଗଛ କାଟି ସେଠାରେ ଗଦାଇଥିବା ଦେଖିବାକୁ ପାଇଥିଲେ। ସେଠାରୁ ନିର୍ମଳ ଫେରିଆସି ସନ୍ଧ୍ୟାରେ ଗାଁ କୋଠଘରେ ବସିଥିଲେ। ତେବେ କାଳେ ସେ ବନବିଭାଗକୁ ଖବର ଦେବେ ଏହି ଆଶଙ୍କାରେ ପ୍ରଭାକର ଏବଂ ତାଙ୍କର ଦୁଇପୁଅ ମାରଣାସ୍ତ୍ରରେ ନିର୍ମଳଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ବେଳେ ସେହିଠାରେ ଉପସ୍ଥିତ ଥିବା ମଥୁରା ପତ୍ରୀ ଛଡାଇବାକୁ ଚେଷ୍ଟା କରିବା ବେଳେ ଆକ୍ରମଣରେ ସେ ମଧ୍ୟ ଆହତ ହୋଇଥିଲେ।

- Advertisement -

ରକ୍ତ ଜୁଡୁବୁଡୁ ଅବସ୍ଥାରେ କୋଠଘରେ ପଡ଼ିରହିଥିବା ନିର୍ମଳଙ୍କୁ ଅନ୍ୟଜଣେ ଯୁବକ ଉଦ୍ଧାର କରି ଅଟୋରେ ଆଣିବା ସମୟରେ ସଂପୃକ୍ତ କାଠମାଫିଆ ଓ ତାଙ୍କ ୨ ପୁଅ ଅଟୋକୁ ଛାଡି ନଥିଲେ। ପରେ ଏକ ୧୦୮ ଆମ୍ବୁଲାନ୍ସ ଆସିବାରୁ ସେଥିରେ ଆହତ ନିର୍ମଳଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ମୁଣ୍ଡରେ ଏକାଧିକ ସ୍ଥାନରେ ଗଭୀର କ୍ଷତ ହୋଇଥିବା ନିର୍ମଳଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ପଠାଯାଇଥିଲା। ଏ ସଂପର୍କରେ ଥାନାରେ ଏତଲା ପରେ ଆଠଗଡ଼ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ସଂପୃକ୍ତ ବାପପୁଅ ୩ଜଣଙ୍କୁ ଗିରଫ କରିପାରିନଥିଲେ। ପରେ ଆକ୍ରମଣକାରୀ କାଠମାଫିଆ ଓଲଟା ନିର୍ମଳଙ୍କ ନାମରେ ମଧ୍ୟ ଏକ ଏତଲା ଦେଇଥିବା ଜଣାପଡ଼ିଛି। ସଂପୃକ୍ତ ଚୋରାକାଠ ବେପାରୀ ସେ ଅଞ୍ଚଳରେ ଥିବା ଜଗନ୍ନାଥ ପ୍ରକଳ୍ପ ସମେତ ସୁକାଶନ ସଂରକ୍ଷିତ ଜଙ୍ଗଲରୁ ନିୟମିତ ମୂଲ୍ୟବାନ ଗଛ କାଟି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେ ଶାସକ ଦଳର ରାଜନୈତିକ ଛତ୍ରଛାୟା ତଳେ ରହିଥିବାରୁ ତାଙ୍କୁ ପୁଲିସ ଗିରଫ କରୁନଥିବା ନିର୍ମଳଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories