www.samajalive.in
Thursday, December 11, 2025
15.1 C
Bhubaneswar

ଟୋକିଓ ଅଲିମ୍ପିକ୍ସ: ଭାରତ-ବ୍ରିଟେନ ହକି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ଦଳକୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଖେଳକୁ ବହୁତ ପସନ୍ଦ କରନ୍ତି । ଆଜି ସନ୍ଧ୍ୟାରେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ସ-୨୦୨୦ର ଭାରତ ଓ ବ୍ରିଟେନ୍ ମଧ୍ୟରେ ହୋଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ଟେଲିଭିଜନ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଦେଖୁଥିବା ବେଳେ ବେଶ୍ ଉତ୍ସାହିତ ଦେଖାଯାଇଛନ୍ତି ।
ଆଜି ଭାରତ ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ପ୍ରବେଶ କରିଛି। କ୍ବାର୍ଟର ଫାଇନାଲରେ ଭାରତ ବ୍ରିଟେନକୁ ୩-୧ରେ ପରାସ୍ତ କରିଛି। ଏଥିସହ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଭାରତ ଓ ବେଲଜିୟମ୍ ମଧ୍ୟରେ ମୁକାବିଲା ହେବ। ଆଜି କ୍ବାର୍ଟର ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ, ଗୁରଜନ୍ତ ଓ ହାର୍ଦ୍ଦିକ୍ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ।
ଯେତେବେଳେ ଭାରତ ସହ ବ୍ରିଟେନର ମ୍ୟାଚ ଜାରି ରହିଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରହି ସମ୍ପୂର୍ଣ୍ଣ ମ୍ୟାଚକୁ ଦେଖୁଥିଲେ । ଯେଉଁ ସମୟରେ ଭାରତୀୟ ପୁରୁଷ ହକି ଟିମ ବ୍ରିଟେନକୁ ପରାଜୟ କରିବା ସହ ବିଜୟ ହୋଇଥିଲା, ସେହି ସମୟରେ ମୁଖ୍ୟମନ୍ତ୍ରୀ ଠିଆ ହୋଇପଡିଥିଲେ ଏବଂ ଭାରତୀୟ ଟିମକୁ ଉତ୍ସାହିତ କରିବା ସହ ତାଳି ମଧ୍ୟ ମାରିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ।


ଟ୍ବିଟ କରି ମୁଖ୍ୟମନ୍ତ୍ରୀ ନବୀନ ଭାରତୀୟ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଉଛି ବୋଲି ଟ୍ବିଟ କରିଛନ୍ତି। ଦଳ ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ କରୁ ଏବଂ ଦେଶକୁ ବହୁପ୍ରତିକ୍ଷୀତ ପଦକ ଆଣୁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା ହେଉଛି ଉଭୟ ପୁରୁଷ ଓ ମହିଳା ହକି ଟିମ୍ର ପ୍ରାୟୋଜକ । ଆଜି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଗ୍ରେଟ ବ୍ରିଟେନକୁ ୩-୧ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ଅଲିମ୍ପିକ୍ସରେ ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories