www.samajalive.in
Tuesday, December 9, 2025
16.1 C
Bhubaneswar

ରାତି ୧୦ଟା ମୁଖ୍ୟ ଖବର

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆଭାସୀ ମାଧ୍ୟମରେ ବ୍ୟକ୍ତି ଏବଂ ଅଭିପ୍ରାୟ କୈନ୍ଦ୍ରିକ ଡିଜିଟାଲ ଦେୟ ବ୍ୟବସ୍ଥା ଇ ରୁପୀିର ଶୁଭାରମ୍ଭ କରିବେ, ଇ-ରୁପୀ ହେଉଛି ଡିଜିଟାଲ ଦେୟ ପାଇଁ ଏକ ନଗଦ ବିହୀନ ଏବଂ ସମ୍ପର୍କ ବିହୀନ ଉପକରଣ

– କେଭିଡ ପ୍ରତିଷେଧକ ଟିକାକରଣ, ଟିକା ନେଲେଣି  ୪୭.୦୨ କୋଟି

– ଟୋକିଓ ଅଲିମ୍ପିକ୍ସ : ବ୍ରୋଞ୍ଜ ପଦକ ଜିତିଲେ ପି.ଭି ସିନ୍ଧୁ, ଭାରତୀୟ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନର  ଖେଳାଳି ହେ ଚିଙ୍ଗ ଜିଆଓଙ୍କୁ ସିଧାସଳଖ ୨-୦ ସେଟରେ ହରାଇଲେ ସିନ୍ଧୁ ।

– ବ୍ରୋଞ୍ଜ ପଦକ ଜିତିବା ପରେ ପିଭି ସିନ୍ଧୁଙ୍କୁ ଶୁଭେଚ୍ଛାର ସୁଅ। ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

– ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ସେମିଫାଇନାଲରେ ଭାରତ । ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିରେ ଭାରତ

–ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟିଭିରେ ମ୍ୟାଚର ମଜା ନେଲେ ନବୀନ, ଭାରତୀୟ ହକି ଦଳର ପ୍ରାୟୋଜକ ହେଉଛି ଓଡ଼ିଶା

– ଚିତ୍ରକୋଣ୍ଡା: ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ମୃତ। ମାଲକାନଗିରି ସୀମାନ୍ତ ତେଲେଙ୍ଗାନା କତଗୁଡ଼ମ ଜଙ୍ଗଲରେ ଏନକାଉଣ୍ଟର।

–ମୃତ ମାଓବାଦୀ ଦଣ୍ଡକାରଣ୍ୟ ମାଓ ସଂଗଠନର ହାର୍ଡକୋର ମାଓବାଦୀ। କମ୍ବିଂ ଅପରେସନବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା।

–ଆସନ୍ତା ମଙ୍ଗଳବାରଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଅଳ୍ପ ସଂଖ୍ୟକ ପର୍ଯ୍ୟଟକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ। ସ୍ଥିତି ଅନୁଧ୍ୟାନ ପରେ ନନ୍ଦନକାନନ ନିର୍ଦେଶକ ମନୋଜ ମହାପାତ୍ରଙ୍କ ସୂଚନା।

–ନନ୍ଦନକାନନ ଖୋଲିଲେ ବି ଭିତରେ ଥିବା ବ୍ୟାଟେରି ଚାଳିତ ଗାଡ଼ି ଚାଲିବ ନାହିଁ। ନନ୍ଦନକାନନରେ ବୋଟିଂ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ-ନ୍ଦନକାନନ ନିର୍ଦେଶକ ମନୋଜ ମହାପାତ୍ର

– ଆସନ୍ତା ୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ 

–ସ୍କୁଲ ଖୋଲିବା ଗାଇଡଲାଇନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।  ଦଶମ, ଦ୍ବାଦଶ ପାଇଁ ଖୋଲିଛି, ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ।

–ଏକାଦଶ ପାଇଁ ନାମଲେଖା ହୋଇନି; ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ତର୍ଜମା କରାଯିବା ପରେ ନିଆଯିବ ନିଷ୍ପତ୍ତି। ପିଲା ସ୍କୁଲ ଯିବାକୁ ଆଗ୍ରହୀ, ବିଚାର କରି ଏସଆରସି ନିଷ୍ପତ୍ତି ନେଇଛନ୍ତି-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

–ୟୁଏନଏସସି : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ,  ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଂସ୍ଥା  ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି

– ଦେଶରେ ଜୁଲାଇ ମାସରେ ସାମଗ୍ରୀ ଓ ସେବା କର(ଜିଏସଟି) ରାଜସ୍ବ ସଂଗ୍ରହ ଏକ ଲକ୍ଷ ୧୬ ହଜାର କୋଟି ଅତିକ୍ରମ କରିଛି : ଅର୍ଥ ମନ୍ତ୍ରଣାଳୟ

–ସାରା ଦେଶରେ ଆଜି  ପାଳନ କରାଯାଉଛି ମୁସଲ୍‍ମାନ ମହିଳା ଅଧିକାର ଦିବସ, ତିନି ତଲାକ୍‍ ବିରୋଧରେ ଆଇନ ପ୍ରଣୟନ ପାଇଁ ଆଜି ଏହି ଦିବସ ପାଳନ କରାଯାଉଛି

–ଦିଲ୍ଲୀ ଏନସିଆରରେ ବର୍ଷା : ଦିଲ୍ଲୀ ଏନସିଆର ଅନେକ ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳମଗ୍ନ 

–କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ଦାବି, ସାଂସଦ ସୁବାସ ସିଂହଙ୍କ ନେତୃତ୍ବରେ ମୁନ୍ନା ଖାଁ ଓ  ମମତା ମହାନ୍ତ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ  ସ୍ମାରକପତ୍ର ପ୍ରଦାନ

–କ୍ୟାଡ଼ର ମାଓବାଦୀ ଆଏତୁ କୋର୍ସାର ଆତ୍ମସମର୍ପଣ, ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ନିକଟରେ ଆତ୍ମସମର୍ପଣ

–ଦେଶରେ ଦିନକରେ ଆଉ ୪୧,୮୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୩,୧୬,୫୫,୮୨୪କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୧ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୪,୩୫୧

–୨୪ ଘଣ୍ଟାରେ ଆଉ ୩୯,୨୫୮ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୮,୨୦,୫୨୧ ଆରୋଗ୍ୟ ; ଆରୋଗ୍ୟ ହାର ୯୭.୩୬%

–ଏବେ ଦେଶରେ ୪,୧୦,୯୫୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି, ସକ୍ରିୟ ଆକ୍ରାନ୍ତ ହାର ୧.୩୦%

–ସପ୍ତାହିକ ସଂକ୍ରମଣ ହାର ୨.୪୨%

–ଦୈନିକ ପଜିଟିଭ ହାର ୨.୩୪%

–୨୪ ଘଣ୍ଟାରେ ୧୭,୮୯,୪୭୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୬,୮୨,୧୬,୫୧୦ ନମୁନା ପରୀକ୍ଷା କରାଯାଇ ସାରିଛି

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories