www.samajalive.in
Thursday, December 11, 2025
16.1 C
Bhubaneswar

ୟୁଏନଏସସି : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ

ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯାଉଥିବାବେଳେ ପାକିସ୍ତାନ ଏବଂ ଚୀନ୍ ଭୟଭୀତ ହୋଇପଡିଛନ୍ତି । ସେମାନଙ୍କୁ ନିଜ ଗୁମର ଖୋଲାଯିବାର ଭୟ ଘାରିଛି। ଉଭୟ ଦେଶ ଅନୁଭବ କରୁଛନ୍ତି ଯେ ଭାରତ ହୁଏତ ବିଶ୍ଵର ଅନ୍ୟ ଦେଶ ସାମ୍ନାରେ ସେମାନଙ୍କର ଭାବମୂର୍ତ୍ତିକୁ ନଷ୍ଟ କରି ଦେବ।

ଆଜି ଅର୍ଥାତ୍ ଅଗଷ୍ଟ ଏକ ତାରିଖରୁ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଂସ୍ଥା  ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହା କାର୍ଯ୍ୟ କରିବ। ଭାରତର କାର୍ଯ୍ୟକାଳ ଏକ ମାସ ହେବ। ଭାରତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ  ଗ୍ରହଣ କରିବା ଯୋଗୁଁ ପାକିସ୍ତାନ ଏବଂ ଚୀନ୍ ନିଜର ଗୁମର ଖୋଲିଯିବାକୁ ନେଇ ଭୟ କରିବା ଆରମ୍ଭ କରି ଦେଇଛନ୍ତି। ଉଭୟ ଦେଶ ଅନୁଭବ କରୁଛନ୍ତି ଯେ ହୁଏତ ଭାରତ ବିଶ୍ଵର ଅନ୍ୟ ଦେଶ ସାମ୍ନାରେ ସେମାନଙ୍କର ଭାବମୂର୍ତ୍ତିକୁ ନଷ୍ଟ କରି ଦେବ।

- Advertisement -

ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଯିଏ ଅଧ୍ୟକ୍ଷତା କରିବେ : ସୟଦ ଆକବରୁଦ୍ଦିନ

ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ସଦସ୍ୟ ସୟଦ ଆକବରୁଦ୍ଦିନ କହିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ ଯିଏ କି, ୟୁଏନଏସସି ବୈଠକରେ ଅଧ୍ୟକ୍ଷତା କରିବେ। ୟୁଏନଏସସିରେ ଏହା ଆମର ଅଷ୍ଟମ କାର୍ଯ୍ୟକାଳ। ସେ କହିଛନ୍ତି ଯେ ୭୫ ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଆମର ରାଜନୈତିକ ନେତୃତ୍ୱ ୟୁଏନଏସସି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାକୁ ଆଗ୍ରହ ଦେଖାଇଛନ୍ତି । ଏହା ଦର୍ଶାଉଛି ଯେ ଆମର ନେତାମାନେ ସମ୍ମୁଖ ଭାଗରେ ରହି ନେତୃତ୍ୱ ନେବାକୁ ଚାହୁଁଛନ୍ତି। ଏହା ମଧ୍ୟ ଦର୍ଶାଉଛି ଯେ ବୈଦେଶିକ ନୀତିରେ ଭାରତ ଏବଂ ଏହାର ରାଜନୈତିକ ନେତୃତ୍ୱ କେତେ ଦୃଢ ଭାବେ କାର୍ଯ୍ୟ କରିଛନ୍ତି।

ପାକିସ୍ତାନର ବିଦେଶ ମନ୍ତ୍ରଣାଳୟର ଟ୍ବିଟ

ଇତି ମଧ୍ୟରେ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଶନିବାର ଟ୍ବିଟ କରି ଆଶା କରିଛି ଯେ ଭାରତ ତାହାର କାର୍ଯ୍ୟକାଳ ମଧ୍ୟରେ ନିରପେକ୍ଷ ଭାବରେ କାର୍ଯ୍ୟ କରିବ ଏବଂ ସଠିକ୍ ନିଷ୍ପତ୍ତି ନେବ। ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧରୀ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ, ନିଜର ଏହି କାର୍ଯ୍ୟକାଳ ମଧ୍ୟରେ ଭାରତ ସମସ୍ତ ପ୍ରାସଙ୍ଗିକ ନିୟମ ଏବଂ ମାନଦଣ୍ଡ ପାଳନ କରିବ। ଏହା ବ୍ୟତୀତ ପାକିସ୍ତାନ ପୁଣି ଥରେ ଜାମ୍ମୁ କାଶ୍ମୀର ବିଷୟରେ ମଧ୍ୟ ଉଲ୍ଲେଖ କରିଛି। ପାକିସ୍ତାନ କହିଛି ଯେ ଭାରତ ଅଧ୍ୟକ୍ଷ ହେବା ଅର୍ଥ ହେଉଛି ଯେ ପାକିସ୍ତାନ, ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ଏହି ଫୋରମରେ ଉଠାଇ ପାରିବ ନାହିଁ।

ଅନ୍ୟ ସଦସ୍ୟଙ୍କ ସହଯୋଗରେ ଚାଲିବ: ଡକ୍ଟର ଏସ୍ ଜୟଶଙ୍କର

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଛନ୍ତି ଯେ ଆମେ ଅଗଷ୍ଟ ୧ ତାରିଖରୁ ୟୁଏନଏସସିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛୁ। ଏହି ସମୟ ମଧ୍ୟରେ, ଭାରତ ଅନ୍ୟ ସଦସ୍ୟମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ତତ୍ପର ହୋଇ ରହିଛି। ଭାରତ ସର୍ବଦା ସଂଯମତାର ସହ, ଆନ୍ତର୍ଜାତୀୟ ଆଇନର ସମର୍ଥକ ରହିଆସିଛି। ସେ କହିଛନ୍ତି ଯେ ଭାରତର ପ୍ରଥମ କାର୍ଯ୍ୟ ଦିବସ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୨ତାରିଖ ସୋମବାର ହେବ। ଏହି ସମୟ ମଧ୍ୟରେ ସାମୁଦ୍ରିକ ସୁରକ୍ଷା, ଶାନ୍ତି ରକ୍ଷା ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ଆଦି ତିନୋଟି ପ୍ରମୁଖ ପ୍ରସଙ୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର ହୋଇଛି।

ତିନୋଟି ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୁର୍ତ୍ତୀ କହିଛନ୍ତି ଯେ ତାଙ୍କ ଅଧ୍ୟକ୍ଷତାରେ ଭାରତ ତିନୋଟି ବ୍ୟାପକ କ୍ଷେତ୍ରରେ ତିନୋଟି ପ୍ରମୁଖ ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିବ- ସାମୁଦ୍ରିକ ସୁରକ୍ଷା, ଶାନ୍ତି ରକ୍ଷା ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ। ତିରୁମୂର୍ତ୍ତି କହିଛନ୍ତି ଯେ ସାମୁଦ୍ରିକ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ସୁରକ୍ଷା ପରିଷଦ ପାଇଁ ଏହି ସମସ୍ୟାର ସମାଧାନ କରିବା ଅନ୍ୟନ୍ତ ଜରୁରୀ। ଦ୍ୱିତୀୟ କାର୍ଯ୍ୟକ୍ରମରେ ଶାନ୍ତି ରକ୍ଷା କରିବା ଆମର ନିଜର ଦୀର୍ଘ ଦିନର ଓ ଅଗ୍ରଣୀ ଯୋଗଦାନକୁ ଦୃଷ୍ଟିରେ ରଖି ଏହା ଆମ ହୃଦୟର ଖୁବ ନିକଟତର। ଶାନ୍ତି ରକ୍ଷାକାରୀଙ୍କ ସୁରକ୍ଷା ପ୍ରସଙ୍ଗରେ ଭାରତ ଧ୍ୟାନ ଦେବ ବୋଲି ସେ କହିଛନ୍ତି। ତୃତୀୟରେ ଆତଙ୍କବାଦ ବିରୋଧରେ ଲଢେଇରେ ଏକ ଅଗ୍ରଣୀ ଦେଶ ଭାବରେ ଆତଙ୍କବାଦକୁ ରୋକିବା ପାଇଁ ଭାରତ ପ୍ରୟାସ ଜାରି ରଖିବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories