ନବରଙ୍ଗପୁର: ନବରଙ୍ଗପୁର ସ୍ଥାନୀୟ ଶଙ୍ଖାରି ସାହି ଏବଂ ସୁନାରୀ ସାହି ନିକଟସ୍ଥ ପୁରୁଣା ଦୈନିକ ବଜାରରେ ଗତ ରାତିରେ ୫ ଗୋଟି ଦୋକାନ ରୁ ଚୋରି ହୋଇଛି । ନବରଙ୍ଗପୁର ସହରର ଦୈନିକ ବଜାର ମଧ୍ୟରେ ଥିବା ହୋଲସେଲ ଦୋକାନ, ଅଣ୍ଡା ଦୋକାନ, ପାନ ଦୋକାନ ଓ କିରାଣୀ ଦୋକାନ ଆଦି ଗୋଟିଏ ରାତିରେ ପାଞ୍ଚ ଗୋଟି ଦୋକାନ ର ତାଲା ଭାଙ୍ଗି ଦୁର୍ବୁତ୍ତ ଚୋରି କରିଥିବା ବେଳେ ଅନ୍ୟ ଦୁଇଟି କିରାଣୀ ଦୋକାନରୁ ତାଲା ଭଙ୍ଗା ଯାଇଛି କିନ୍ତୁ କିଛି ଜିନିଷ ନେଇ ପାରିନାହାନ୍ତି । ଦୋକାନ ମାନଙ୍କ ରେ ଥିବା ମୂଲ୍ୟବାନ ଜିନିଷ ସହିତ ନଗଦ ଟଙ୍କା ନେଇ ଯାଇଥିବା ଜଣାପଡିଥିବା ବେଳେ ଅଣ୍ଡା ଦୋକାନରୁ କେବଳ ନଗଦ କିଛି ଟଙ୍କା ନେଇଛନ୍ତି ।
ପୂର୍ବରୁ ଯେତେବେଳେ ବଜାର ଚାଲି ଥିଲା ସେତେବେଳେ କୌଣସି ଚୋରି ହାରୀ ହେଉ ନ ଥିଲା ଯେବେ ଠାରୁ ପୁରୁଣା ବଜାର କୁ କୃଷକ ବଜାରକୁ ସ୍ଥାନାନ୍ତର କରାଗଲା ସେତେବେଳଠୁ ବହୁ ଚୋରି ହେଉ ଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ । ପୂର୍ବରୁ ମଧ୍ୟ କିଛି ମାସ ତଳେ ଏଭଳି ଦୋକାନ ତାଲା ଭାଙ୍ଗି ଚୋରି ହୋଇଥିଲା । ଦୈନିକ ବଜାର ଅଞ୍ଚଳ ରେ ଥିବା ବିଦ୍ୟୁତ ପୋଲ ରେ ଷ୍ଟ୍ରିଟ ଲାଇଟ ଲାଗୁନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଅନ୍ଧକାର ରହୁଥିବା ର ସୁଯୋଗ ନେଇ ଏହି ଅଂଚଳରେ ଅଧିକ ଚୋରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବାସହ ଦୈନିକ ବଜାର ନିକଟରେ ଥିବା ସମସ୍ତ ପୋଲରେ ଲାଇଟ ଲଗ।ଗଲେ ଚୋରି ବନ୍ଦ ହୋଇପାରିବ ବୋଲି କହିଛନ୍ତି ସ୍ଥାନିୟ ବ୍ୟବସାୟୀ । ଏପଟେ ଚୋରି ପରେ ପୋଲିସ ପହଂଚି ତନାଘନା ଚଳାଇଥିବା ଜଣାପଡିଛି।



