www.samajalive.in
Tuesday, December 9, 2025
23.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାବାଣି ଦିବା ଗ୍ରାମରେ ଘଟିଛି ଏକ ଅଭନୀୟ ଘଟଣା। ଚିଙ୍ଗୁଡ଼ି କାରଖାନାରେ କାମ କରୁଥିବା ୬ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।  ଗୁଣ୍ଟୁର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

–ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତାକାଲି ସନ୍ଧ୍ୟାରେ ପ୍ରକାଶ ପାଇବ।

- Advertisement -

–ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟପରୀକ୍ଷାଫଳ ସିଏଚଏସଇ ୱେବସାଇଟ http://chseodisha.nic.inରେ ଉପଲବ୍ଧ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

–କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାରା ପ୍ରକାଶିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ସିବିଏସଇ ଦ୍ବାଦଶ ଶ୍ରେଣୀ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ରହିଛି।

–ଛାତ୍ରଙ୍କ ପାସ ହାର ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୯୯.୬୭ ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ପାସହାର ୯୯.୧୩ ପ୍ରତିଶତ ରହିଛି। ଅର୍ଥାତ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ୦.୫୪ ଅଧିକ ରହିଛି।

–ଆସନ୍ତା ସପ୍ତାହରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇପାରେ ବୋଲି ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ବାଜ ସୂଚନା ଦେଇଛନ୍ତି।

ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ମଧ୍ୟ ଭାରତ ପାଇଁ ଏକ ଉନ୍ନତ ପ୍ରଦର୍ଶନର ଦିନ ସାବ୍ୟସ୍ତ ହୋଇଛି । ଲଭଲିନା ବୋର୍ଗେହେନ୍ ମୁଷ୍ଟିଯୁଦ୍ଧରେ ତାଙ୍କର ପ୍ରଥମ ପଦକ ନିଶ୍ଚିତ କରିଛନ୍ତି ।

–ପୁଲ- ଏଫର ଶେଷ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୫-୩ରେ ପରାସ୍ତ କରିଛି। ଏହା ହେଉଛି ଟିମ୍ ଇଣ୍ଡିଆର କ୍ରମାଗତ ତୃତୀୟ ବିଜୟ। ଆସନ୍ତା ରବିବାର ଅଗଷ୍ଟ ୧ରେ କ୍ୱାର୍ଟର ଫାଇନାଲରେ ଭାରତ ଗ୍ରୁପ୍ ବି’ର ତୃତୀୟ ସ୍ଥାନ ହାସଲ କରିଥିବା​‌ ଦଳକୁ ଭେଟିବ।

–ଜମ୍ମୁ କାଶ୍ମୀରର ଆଉ ୩ଟି ସ୍ଥାନରେ ଗୁରୁବାର ରାତିରେ ଡ୍ରୋନ ଉଡୁଥିବା ଠାବ କରାଯାଇଥିଲା। ସାମ୍ବା ଜିଲାରେ ଏହି ଡ୍ରୋନଗୁଡିକୁ ଗୁରୁବାର ରାତି ପ୍ରାୟ ୮.୩୦ରେ ଠାବ କରା ଯାଇଥିଲା। ମୋଟ ୩ଟି ଡ୍ରୋନ ବାରି-ବ୍ରାହ୍ମଣ, ଚିଲାଦ୍ୟା ଏବଂ ଗଗୱାଲ ଅଞ୍ଚଳରେ ଦେଖିବାକୁ ମିଳିଥିଲା।

–ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି । ଏହା ମଧ୍ୟରେ ରାଜ୍ୟରେ ମଲ୍‌ , ମଲ୍ଟିପ୍ଲେକ୍ସ ଓ ରେସ୍ତୋରାଁ ୫୦ ପ୍ରତିଶତ କ୍ଷମତାରେ ଖୋଲିବା ପାଇଁ ପ୍ରସ୍ତୁତି କରାଯାଉଛି ।

–ଆଜି ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍‌ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ପିଏସ୍‌ ବିରଞ୍ଚି ସାହୁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ମୋଟ ୬ଟି ସ୍ଥାନରେ ଚଢାଉ କରାଯାଇଛି ।

–ବଲଟିକ ସାଗରରେ ଭାରତ ଓ ରୁଷିଆ ପକ୍ଷରୁ ମିଳିତ ଭାବରେ ଏକ ବୃହତ ସମରାଭ୍ୟାସ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଅଭ୍ୟାସ କରାଯିବା ସହିତ ସାମୁଦ୍ରିକ ପରିଚାଳନା ସମ୍ପର୍କିତ ବହୁବିଧ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା।

–୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମ ର ସଫଳତା ରେ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

–ଆଜି ଠାରୁ ଆରମ୍ଭ ହୋଇସାରିଛି ଦଶମ ଶ୍ରେଣୀ ପରୀକ୍ଷା ; ରାଜଧାନୀରେ ପରୀକ୍ଷାକେନ୍ଦ୍ର ପରିଦର୍ଶନ କରୁଛନ୍ତି ମନ୍ତ୍ରୀ

ଏସିଏଫ୍‌ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ସିବିଆଇ ତଦନ୍ତ ଦାବୀ କଲା ଗଜପତି ଶାଖା ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ

–ପିପିଲି-ନିମାପଡା ଓଭର ବ୍ରିଜ ଉପରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଟୋକିଓ ଅଲିମ୍ପିକ ; ମହିଳା ହକିରେ ଭାରତ ବିଜୟୀ

–କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ହାତରେ ଧରାପଡିଲା ୧ କୋଟି ଟଙ୍କାର ବ୍ରାଉନସୁଗାର ; ପିପିଲି-ନିମାପଡା ଓଭର ବ୍ରିଜ ଉପରେ ଡିଲ ସମୟରେ ଜବତ

–ମହାରାଷ୍ଟ୍ରର ବିରାର ଅଞ୍ଚଳରେ ବ୍ୟାଙ୍କ ଡକାୟତିରେ ସଂପୃକ୍ତ ପୂର୍ବତନ ପରିଚାଳକ; ସହକର୍ମୀଙ୍କୁ ହତ୍ୟାକଲେ

–ନଗ୍ନ ଚଳଚ୍ଚିତ୍ର ମାମଲା; ଗଣମାଧ୍ୟମ ବିରୁଦ୍ଧରେ ଶିଳ୍ପାଙ୍କ ମାନହାନି ମକଦ୍ଦମା

–ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୪୪ ହଜାର ୨୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ୫୫୫ ମୃତ। ମୋଟ କରୋନା ସଂକ୍ରମିତ ୩,୧୫,୭୨,୩୪୪

ମୋଟ ମୃତ୍ୟୁ  ସଂଖ୍ୟା ୪,୨୩,୨୧୭। ଦିନକରେ ୪୨,୩୬୦ ସୁସ୍ଥ

–ରାଜ୍ୟରେ ଆଉ ୧୫୫୮ ସଂକ୍ରମିତ ଚିହ୍ନଟ।   ରାଜ୍ୟରେ ସଂପ୍ରତି ୧୬୭୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ଓଡ଼ିଶାରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

 

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories