www.samajalive.in
Saturday, December 6, 2025
15.1 C
Bhubaneswar

ଆନ୍ଧ୍ରର ଚିଙ୍ଗୁଡ଼ି କାରଖାନାରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଗୁଣୁପୁର: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାବାଣି ଦିବା ଗ୍ରାମରେ ଘଟିଛି ଏକ ଅଭନୀୟ ଘଟଣା। ଚିଙ୍ଗୁଡ଼ି କାରଖାନାରେ କାମ କରୁଥିବା ୬ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ଜଣେ ଗୁଣୁପୁର ପୌରାଞ୍ଚଳର ମୋତିଲାଲ ନଗରର ନବୀନ ଶବର ହୋଇଥିବା ବେଳେ ଭିମପୁର ପଂଚାୟତ ଅନ୍ତର୍ଗତ ଝୁମ୍ପାପୁର ଗ୍ରାମର ରାମ ମୂର୍ତି ଗମାଙ୍ଗ, ଫୁଳଫୁଟି ଗ୍ରାମାର ପାଣ୍ଡବ ଶବର, କରୁଣ କର ଶବର ଓ ମୋହନ ଶବର ବୋଲି ଜଣାପଡିଛି। ମୃତକମାନେ କିଛି ମାସ ତଳେ ଦାଦନ ଖଟିବାକୁ ଉକ୍ତ ଅଂଚଳକୁ ଯାଇଥିବା ବେଳେ ଏହି ଅଘଟଣର ଶିକାର ହୋଇଛନ୍ତି।

ଅପରପକ୍ଷେ, ଖବର ପାଇ ମୃତକଙ୍କ ପରିବାର ବର୍ଗ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories