www.samajalive.in
Friday, December 5, 2025
20.1 C
Bhubaneswar

ଏହି ଜିନିଷ ଘରେ ରଖିବା ଦ୍ବାରା ଶୋଭା ବୃଦ୍ଧି ପାଇବା ସହ ଜୀବନରେ ହୋଇଥାଏ ଉନ୍ନତି

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଦ୍ରବ୍ୟ ଏପରି ରହିଛି ଯାହାକୁ ଘରେ ରଖିବା ଦ୍ବାରା ତାର ଶୋଭା ବୃଦ୍ଧି ପାଇବା ସହ ଜୀବନରେ ଉନ୍ନତି ହୋଇଥାଏ। ଏହାସହ ଘରେ ଶାନ୍ତି ଓ ସମୃଦ୍ଧି ରହିଥାଏ। କୁହାଯାଇଛି ଯେ, ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଥିବା ନିୟମ ମାନିବା ଦ୍ବାରା ଗୃହରେ ସମସ୍ତ ଦୋଷ ଦୂର ହୋଇଥାଏ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ, କେଉଁ ନିୟମ ମାନିବା ଦ୍ବାରା ସମସ୍ତ ଦୋଷ ଦୂର ହୋଇଥାଏ ..

ଗୃହରେ କିଛି ବୃକ୍ଷ ରଖିବା ଦ୍ବାରା ତାର ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ। ଏହି ବୃକ୍ଷ ଦ୍ବାରା ବେଳେବେଳେ ଘରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଘରେ କେବେ ବି ଶୁଖିଲା ବୃକ୍ଷ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଘରର ବାତାବରଣ ଖରାପ ହୋଇଥାଏ। ଏହାସହ ଘରେ ବାଉଁଶ ଗଛ ରଖନ୍ତୁ ନାହିଁ। ଏହାକୁ ଘରେ ରଖିବା ଦ୍ବାରା ସଦସ୍ୟମାନଙ୍କ ଉନ୍ନତିରେ ବାଧା ଉପୁଜି ଥାଏ।
ଅଧିକାଂଶ ଘ​‌ରେ ଦେଖା ଯାଇଥାଏ ଯେ, ଘରର ସାଜସଜ୍ଜା ବୃଦ୍ଧି ପାଇଁ ଅନେକ ପ୍ଲାଷ୍ଟିକ ବୃକ୍ଷ ରଖାଯାଇଥାଏ।ଏହା ଘରର ସୌନ୍ଦର୍ୟ୍ୟ ବୃଦ୍ଧି କରିଥାଏ ସତ କିନ୍ତୁ ଘର ପାଇଁ ନକରାତ୍ମକ ବୃଦ୍ଧିର କାରଣ ଅଟେ। ପ୍ଲାଷ୍ଟିକ ବୃକ୍ଷ ଘରେ ଅଧିକ ସମୟ ପର୍ୟ୍ୟନ୍ତ ରହିପାରେ ନାହିଁ।

- Advertisement -

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ କୌଣସି ଶୁଖିଲା ବୃକ୍ଷ ରଖିବା ଉଚିତ ନୁହେଁ। ଏହା ପରିବାର ସଦସ୍ୟଙ୍କ ପାଇଁ ଅଶୁଭର କାରଣ ହୋଇଥାଏ। ଏହାସହ ସଦସ୍ୟଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।

ଘରର ସାମ୍ନାରେ କୌଣସି ବଡ ଗଛ ରଖନ୍ତୁ ନାହିଁ। ଏହା ଅନେକ ବାସ୍ତୁଦୋଷ ସୃଷ୍ଟି କରିଥାଏ।
ଘ​‌ରେ ମନିପ୍ଲାଣ୍ଟ ଗଛ ସୁଖ ସମୃଦ୍ଧିର କାରଣ ମଧ୍ୟ ଅଟେ।

ମନିପ୍ଲାଣ୍ଟ ଗଛକୁ ଆରାମରେ ଘରେ ଲଗାଯାଇ ପାରିବ। ଏହାକୁ ଏକ ପାତ୍ରରେ ପାଣି ରଖି ଲଗାଇ ପାରିବେ। ଏହାକୁ ନିୟମିତ ସୂର୍ୟ୍ୟଙ୍କ କିରଣରେ ନ ରଖିଲେ ମଧ୍ୟ ଚଳିବ। ଏହାର ପତ୍ର ସର୍ବଦା ସବୁଜ ରହିଥାଏ।

ମାନ୍ୟତା ରହିଛି ଯେ, ମନିପ୍ଲାଣ୍ଟ ଗଛକୁ ସଠିକ ଦିଗରେ ରଖିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ। ଭୁଲ ଦିଗରେ ରଖିବା ଦ୍ବାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବାସ୍ତୁ ଅନୁସାରେ, ପ୍ରତ୍ୟେକ ଗଛକୁ ସଠିକ ଦିଗରେ ରଖିବା ଉଚିତ। ଏହାଦ୍ବାରା ଘରେ ସର୍ବଦା ସକାରାତ୍ମକ ପରିବେଶ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟ ଗଛକୁ ସର୍ବଦା ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଗଛ ଲଗାଇବା ଦ୍ବାରା ଲାଭ ମିଳିଥାଏ।
ମନିପ୍ଲାଣ୍ଟ ଗଛକୁ କେବେ ବି ଝଡିବାକୁ କିମ୍ବା ଶୁଖିବାକୁ ଦେବା ଉଚିତ ନୁହେଁ। ଏହାର ପତ୍ର ହଳଦିଆ ହୋଇଗଲେ ତାଙ୍କୁ ସଙ୍ଗେ ସଙ୍ଗେ ବାଛି କାଢି ଦିଅନ୍ତୁ। ଶୁଖିଲା ପତ୍ରରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories